ଶିମିଳିପାଳ କୁ ପ୍ରବେଶ ବନ୍ଦ ରହିଲା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଦିନକ ପାଇଁ ବନ୍ଦ ହେଲା ଶିମିଳିପାଳ । ଶିମିଳିପାଳରେ ଅଦିନିଆ ବର୍ଷା ପାଇଁ ଆଜି ପାଇଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ କୁ ପ୍ରବେଶ ପାଇଁ ବାରଣ କରି ଶିମିଳିପାଳ କୁ ବନ୍ଦ କରାଯାଇଛି । ପାହାଡିଆ ରାସ୍ତା ଅସରାଏ ବର୍ଷାରେ ବି ପର୍ଯ୍ୟଟନ ସ୍ଥଳୀକୁ ଯିବା ସମ୍ଭବପର ନୁହେଁ ଏଠାକାର ମାଟି ରାସ୍ତା ଅତ୍ୟତ ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ । ସେଥିପାଇଁ ବର୍ଷା ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ପାଇଁ ଅନୁମତି ମିଳି ନଥାଏ । ଆଜି ମଧ୍ୟ ଶିମିଳିପାଳରେ ଅଦିନିଆ ବର୍ଷା ହୋଇଛି ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଆଜି ଶିମିଳିପାଳ ବନ୍ଦ ରହିଛି ରାତ୍ର ରହଣି ପାଇଁ ଯେଉଁମାନେ ଆଗୁଆ ବୁକିଂ କରିଛନ୍ତି ତାଙ୍କୁ ପ୍ରବେଶ ଅନୁମତି ଅଛି ବୋଲି ଶିମିଳିପାଳ କତ୍ତୃପକ୍ଷ ସୂଚନା । ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଅଦିନିଆ ବର୍ଷା । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାକୁ ଦୁଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ପାଗ ଭଲ ହେଲେ ପର୍ଯ୍ୟଟକ ଙ୍କ ନିମନ୍ତେ ଶିମିଳିପାଳ କୁ ପ୍ରବେଶ ଅନୁମତି ପ୍ରଦାନ କରିବା ଉପରେ ନିଷ୍ପତି ନେଇ ସୂଚନା ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।


