ଶିଳ୍ପଦ୍ୟୋଗୀ ସରୋଜ ବିଶ୍ୱାଳଙ୍କ ମାତୃ ବିୟୋଗ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ): ତରଡିପାଳ ଗ୍ରାମର ବିଶିଷ୍ଟ ଶିଳ୍ପଦ୍ୟୋଗୀ ସରୋଜ ବିଶ୍ୱାଳଙ୍କ ମା ରୁକ୍ମଣୀ ବିଶ୍ୱାଳଙ୍କର ୯୧ବର୍ଷ ବୟସରେ ତାଙ୍କ ବାସଭାବନରେ ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଧୈାୟା ଅଞ୍ଚଳରେ ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷାବିତ୍ ଓ ଗ୍ରାମବାସୀମାନେ ତାଙ୍କ ବାସ ଭବନରେ ପହଁଞ୍ôଚ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତା ବିଶ୍ୱାଳଙ୍କୁ ତାଙ୍କ ପୈତୃକ ଶ୍ମଶାନରେ ସଂସ୍କାର କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ସରୋଜ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ମୁଖ୍ୟ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆରତ ରଞ୍ଜନ ବିଶ୍ୱାଳ, ପାରେଶ୍ୱର ଜେନା, ମନୋରଞ୍ଜନ ଜେନା, ଦୁର୍ଯ୍ୟୋଧନ ବିଶ୍ୱାଳ, ଅରୂପା ନନ୍ଦ ବିଶ୍ୱାଳ, ସୁକାନ୍ତୀ ନାଥ ଶର୍ମା, ସୁଶିଲ ବିଶ୍ୱାଳ, ଅକ୍ଷୟ କୁମାର ମହାନ୍ତି, ଗୋପିନାଥ ଖିଲାର, ଭାଗିରଥି ବିଶ୍ୱାଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, ପ୍ରାକ୍ତନ ସରପଞ୍ଚ କ୍ଷମାନିଧି ସାମଲ, ମଣ୍ଟୁ ସ୍ୱାଇଁ, ପ୍ରଭାତ ମଲ୍ଲିକ, ଅମୀୟ ମଲ୍ଲିକ, ପ୍ରାକ୍ତନ ସମିତି ସଭ୍ୟ ଦେବେନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ଚିତ୍ତ ମଲ୍ଲିକ ଓ ନରେନ୍ଦ୍ର ଧଳ ପ୍ରମୁଖ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ସମଗ୍ର ଧୌୟା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ