ଶେରଗଡ଼ ବ୍ଲକ ର କୃଷ୍ଣଛାଇ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ରେ ଚୋରୀ ଅଭିଯୋଗ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ଣଛାଇ ପଞ୍ଚାୟତ କାର୍ଯ୍ୟାଳୟ ରେ ବିଳମ୍ବିତ ରାତ୍ରୀରେ ଚୋରୀ ହୋଇଛି। ଆଜି ସକାଳେ କିଛି ଗ୍ରାମବାସୀ ସରପଞ୍ଚ ପ୍ରତିନିଧି ଶିବାଜି ବିଷୋୟୀ ଙ୍କୁ ଜଣାଇବା ପରେ ସେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଙ୍କର ପ୍ରସାଦ ସାବତଙ୍କୁ ଜଣାଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ କୁ ଆସିବା ବେଳେ ତାଲା ଭଙ୍ଗା ଯାଇଥିବା ଦେଖି ସାଙ୍ଗେସାଙ୍ଗେ ଶେରଗଡ଼ ଥାନା ରେ ଚୋରୀ ହୋଇଥିବାର ଅଭିଯୋଗ କରି ଏତଲା ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ରୁ ଏକ ଏଲଇଡି ଟିଭି ଗୋଟିଏ ଓ ଟାବଲେଟ, କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଚୋରୀ କରିବା ସହ ଆଲମାରୀ ବି ଭାଙ୍ଗିଥିବା ସୂଚନା ମିଳିଛି। ପଞ୍ଚାୟତ ର ଗ୍ରାମସେବକ ଶଙ୍କର ପ୍ରସାଦ ସାବତ ଥାନା ରେ ଏତଲା ଦେବା ପରେ ଅନୁସନ୍ଧାନକାରୀ ଟିମ ସନ୍ଧାନୀ କୁକୁର ଦ୍ଵାରା ଅନୁସନ୍ଧାନ କରିଚନ୍ତି। ଶେରଗଡ଼ ଥାନା ଅଧିକାରୀ ଶ୍ରୀମନୋଜ କୁମାର ପ୍ରଧାନ ଘଟଣାସ୍ଥଳ ରେ ପହଞ୍ଚି ତନାଘନା କରିଛନ୍ତି। ଘଟଣା ର ଅନୁସନ୍ଧାନ ଜାରୀ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ