ଶ୍ରୀକୃଷ୍ଣ ଓ ଶ୍ରୀ ବଳରାମ ଅବତାର ଦର୍ଶନ ପାଇଁ ପାରଳା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଆଜି ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀ ବଳରାମ ଓ ଶ୍ରୀକୃଷ୍ଣ ଅବତାରରେ ଅତ୍ୟନ୍ତ ସୁନ୍ଦର ଓ ଆକାଶରଣୀୟ ଭାବେ ପାରଳା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସଜ୍ଜା ଯାଇଛି I ଶ୍ରୀ ବଳରାମ ଓ ଶ୍ରୀ ଜଗନ୍ନାଥଙ୍କ ଏହି ଦୁଲ୍ଲଭ ଶ୍ରୀ ବଳରାମ ଓ ଶ୍ରୀକୃଷ୍ଣ ଅବତାର ଦର୍ଶନ ପାଇଁ ପାରଳା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଛି I ପାରଳାଖେମୁଣ୍ଡି ରଥଯାତ୍ରା ଦକ୍ଷିଣ ଓଡିଶା ତଥା ପଡୋଶୀ ଆନ୍ଧ୍ରର ଏକ ଲୋକପ୍ରିୟ ଯାତ୍ରା ଭାବେ ବେଶ ଖ୍ୟତ ଅର୍ଜନ କରିଛି ଗତ ଦୁଇ ବର୍ଷ ଧରି କୋଭିଡ ଯୋଗୁଁ ସରକାର ରଥଯାତ୍ରାକୁ ବନ୍ଦ ରଖିଥିଲେ I 2 ବର୍ଷ ପରେ ରଥଯାତ୍ରା ହୋଇଥିବାରୁ ପାରଳାଖେମୁଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି I


