ଯୁବ ଶିକ୍ଷକଙ୍କ ପରଲୋକ ; ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଇନ୍ଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯୁବ ଶିକ୍ଷକ ଚାଳକ ନାଇକଙ୍କ ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 38 ବର୍ଷ ହୋଇଥିଲା I ସୂଚନା ପ୍ରକାରେ ସ୍ଵର୍ଗତ ଚାଳକ ପୂର୍ବରୁ ଉଭୟ ଯକୃତ ଏବଂ କିଡନୀ ରୋଗରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ଥିଲେ I ଦୁଇଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତ୍ରି ଗୋଟାଏ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ଚାଳକଙ୍କ ଅକାଲ ବିୟୋଗରେ ବେଲଗୁଣ୍ଠା ବ୍ଳକ୍ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର କୁମାର ବେହେରା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ କୁମାର ଜେନା, ଶିକ୍ଷକ ବଲ୍ଲଭ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଅଳିଅ ସ୍ୱାଇଁ ପ୍ରମୁଖ ଚାଳକଙ୍କ ପି ମହୁଲିଆ ସ୍ଥିତ ବାସଭବନରେ ପହଞ୍ଚି ଚାଳକଙ୍କ ସ୍ତ୍ରୀ ଝିଲ୍ଲୀ ନାଇକଙ୍କୁ ଦଶ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ