ଶ୍ରୀଗୋବିଜ୍ଞାନ କୋଣାର୍କ ଶାଖା ପକ୍ଷରୁ ଗୋସୁରକ୍ଷା ସଚେତନତା ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଶ ବେହେରା):ପବିତ୍ର ଗହ୍ମାପୂର୍ଣିମା ତଥା ବଳଭଦ୍ର ଜୟନ୍ତୀ ଅବସରରେ ଶ୍ରୀ ଗୋବିଜ୍ଞାନ କୋଣାର୍କ ଶାଖା ଆନୁକୁଲ୍ୟରେ ଗୋସୁରକ୍ଷା ସଚେତନତା ଓ ରକ୍ଷାବନ୍ଧନ ପର୍ବ ପାଳିତ ହୋଇଯାଇଛି। ଶ୍ରୀ ଗୋବିଜ୍ଞାନ ପୁରୀଜିଲ୍ଲା ସଂଯୋଜକ ପ୍ରଦୀପ୍ତ କୁମାର ଛାଟୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁରୀଜିଲ୍ଲା ଶ୍ରୀ ଗୋବିଜ୍ଞାନ ସଂଯୋଜକ ଭାଗିରଥୀ ସ୍ବାଇଁ ଯୋଗ ଦେଇ ଗୋସୁରକ୍ଷା ଦିଗରେ ଯୁବ ସମାଜର ଆଧ୍ୟାତ୍ମିକ ମନୋଭାବ କୁ ସଫଳ ରୂପାୟନ କରି ଗୋସେବାରେ ନିଜକୁ ନିୟୋଜିତ କରିବା ପାଇଁ ସାମଗ୍ରିକ ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଗୋ ସମ୍ପଦର ସଦବିନିଯୋଗ ସହ ଜୈବିକ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ ସଂପାଦନ କରିବା ପାଇଁ ସମସ୍ତେ ଗୋମାତାର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଜରୁରୀ ବୋଲି ପୁରୀଜିଲ୍ଲା ସଂଯୋଜକ ଶ୍ରୀ ସ୍ବାଇଁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋସୁରକ୍ଷା ଉପରେ ଗୋପ୍ରେମୀ ମାନଙ୍କୁ ସଚେତନତା କରାଯିବା ସହ ସେମାନଙ୍କ ହାତରେ ଗୋସୁରକ୍ଷା ର ଡୋରୀ ସଦୃଶ ପବିତ୍ର ରାକ୍ଷୀ ପିନ୍ଧା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଗୋସୁରକ୍ଷା କୋଣାର୍କ ଶାଖାର ଗୋପ୍ରେମୀ ଗଣେଶ ଚନ୍ଦ୍ର ବେହେରା, କୁନାଲ ପାତ୍ର, କପିଳ ନାୟକ, ବେଣୁଧର ପରିଡା, ସୌଭାଗ୍ୟ ସ୍ବାଇଁ, ଅଜିତ ସ୍ବାଇଁ, ବ୍ରଜବନ୍ଧୁ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ