ଶ୍ରୀ ଲିଙ୍ଗରାଜଙ୍କ ବହୁମୂଲ୍ୟ ଭୂ ସମ୍ପତ୍ତି ହଡ଼ପ ମସୁଧାପ୍ରସଙ୍ଗ ଆନ୍ଦୋଳନ ତେଜିଲା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଶ୍ରୀ ଲିଙ୍ଗରାଜ ମନ୍ଦିର ଉତ୍ତରପାଶ୍ୱର୍ର ୧୦୦ ମିଟର ମଧ୍ୟରେ ରହିଛି ଏକ ଘରୋଇ ଯାତ୍ରୀ ନିବାସ ଯାହା କୋରାପୁଟ ଭବନ ନାମରେ ସମ୍ପ୍ରତି ନାମିତ ହୋଇ ରହିଛି । ଯେଉଁ ଜମିର ମୂଳ ମାଲିକାନା ସତ୍ତ୍ୱ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ମାର୍ଫତ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ସେଥିରେ ଅଞ୍ଚଳ ନାମକ ଜନୈକ ବ୍ୟକ୍ତି ଭୂସମ୍ପତ୍ତିର ମୂଳ ରେକର୍ଡ଼କୁ ଚଞ୍ଚକତା ପୂର୍ବକ ପରିବର୍ତ୍ତନ କରି ନିଜନାମକୁ କରିବାକୁ ସକ୍ଷମ ହେବା ସହ ସେଠାରେ ବୃହତ୍ତ ଅଟ୍ଟାଳୀକା ନର୍ମାଣରେ ଏହାକୁ ଘରୋଇ ଯାତ୍ରୀ ନିବାସ ହିସାବରେ ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଥିବା ନେଇ ଏକାମ୍ର ଜନଜାଗରଣ ମଞ୍ଚ ମଙ୍ଗଳବାର ଦେବୋତ୍ତୋର କମିଶନରଙ୍କୁ ପ୍ରଦାନ କରିଥିବା ଦାବି ପତ୍ରରେ ଉଲ୍ଲେଖ ହୋଇଛି । ସେହିଭଳି ଏକାମ୍ର ବିକାଶ ଯୋଜନାରେ ଏହାର ଫାଇଦା ନେବାକୁ ଯାଇ ବି.ଏମ.ସି. ଅଧିକାରୀ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସଲାସୁତରା କରାଯିବା ପୂର୍ବକ ବି.ଏମ.ସି ପକ୍ଷରୁ ପ୍ରେରିତ ପତ୍ର ସଂଖ୍ୟା – ୬୯୯୫୩, ତା୦୮.୦୯.୨୦୨୧ରିଖରେ ଜିଲ୍ଲାପାଳ ତଥା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ଅଧ୍ୟକ୍ଷଙ୍କୁ ଟ୍ରଷ୍ଟବୋର୍ଡ଼ରେ ହେବାକୁ ଥିବା ମିଟିଙ୍ଗରେ ସହମତି ପ୍ରଦାନ ନିମନ୍ତେ ଆଲୋଚନା କରାଯାଇ ଏହି ବ୍ୟକ୍ତି ବିଶେଷଙ୍କୁ ସାନିଟୋରିୟମ ଛକ, ବଉଳଗଡ଼ଠାରେ ଶ୍ରୀ ଲିଙ୍ଗରାଜଙ୍କ ନାମରେ କୋଟି କୋଟି ଟଙ୍କାର ମୂଲ୍ୟବାନ ୧ଏକର ୬୫୬ଡ଼ିସିମିଲି ଜମିରୁ ୦.୪୭୬ଡ଼ିସିମିଲ ଜମିକୁ କ୍ଷତିପୂରଣ ବାବଦ ଦେବାପାଇଁ ମସୁଧା ପ୍ରସ୍ତୁତ ହେଉଅଛି । ଏହାକୁ ରୋକ ଲଗାଯିବା ସହ ଯାତ୍ରୀ ନିବାସ ମୂଳ ମାଲିକାନା ଅନୁସଂଧାନ ପୂର୍ବକ ମହାପ୍ରଭୁଙ୍କ ତହବିଲକୁ କୋଟି କୋଟି ଟଙ୍କାର ରାଜସ୍ୱ ଫେରାଇ ଆଣିବାକୁ ମଞ୍ଚ ଦାବି କରିଛି । ସୂଚନା ଥାଉକି ଗତ ୧୫ତାରିଖ ମଞ୍ଚ ପକ୍ଷରୁ ଏହି ସମ୍ବନ୍ଧୀୟ ଦାବିପତ୍ର ବି.ଏମ.ସି. କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣଙ୍କ ନେତୃତ୍ୱରେ ସରୋଜ ମିଶ୍ର, ଗୋପିନାଥ ପ୍ରଧାନ, ମାନସ ପତି, ପ୍ରଭାତ କିଶୋର ମହାନ୍ତି, ରାଜୀବ ପୂଜାପଣ୍ଡା, ରକେଶ ମିଶ୍ର, ସଂଗ୍ରାମ କିଶୋର ସାହୁ, ବିଜୟ ଭଟ୍ଟାଚାର୍ଯ୍ୟ, ଦିଲ୍ଲୀପ ସୁବୁଦ୍ଧି, ସ୍ୱପ୍ନାରାଣୀ ସାମଲ, ବିନୋଦିନୀ ସେନାପତି, ସଞ୍ଜୁଲତା ପଟ୍ଟନାୟକ ପ୍ରମୁଖ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ । ବିଭାଗୀୟ ଅଧିକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକେଲ ଆନ୍ଦୋଳନ ଜାରି ରହିବବୋଲି ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି ।


