ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉଦଯାପିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକର ଝାଡଗାଁ ଶାସନରେ ନବ କଳେବର ଶ୍ରୀ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିର ତ୍ରିଦିବସୀୟ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବହୁ ପୁରାତନ ମନ୍ଦିର କୁ ଗ୍ରାମବାସୀ, ଆଖପାଖ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଭାଗିତାରେ ୨୫ଲକ୍ଷ ଟଙ୍କାରୁ ଉର୍ଧ୍ବ ଅଟକଳରେ ଏହି ଭବ୍ୟ ମନ୍ଦିରର ନବ କଳେବର ପ୍ରତିଷ୍ଠା ହୋଇଯାଇଛି । ପୁରୀର ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜା ରୀତିନୀତି ସଂପନ୍ନ ହୋଇଥିଲା ।ଜାନୁଆରୀ ୨୩ ରବିବାର ଦିନ ତାରିଖ ଦିନ ସକାଳ ୮ଟା ସମୟରେ ରତ୍ନମୁଦ ପ୍ରତିଷ୍ଠାଏବଂ ସଂଧ୍ୟା ୭ ଘଟିକାରେ ଅଙ୍କୁରା ରୋପଣ ଶୁଭାଧିକାର ଅନୁଷ୍ଠିତ,୨୪ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଅଙ୍ଗ ଶୌଚ ପାଇଁ ପଞ୍ଚଗବ୍ୟ ସେବନ, କଳଶ ଯାତ୍ରା ଘଟୋଉତ୍ତୋଳନ,୧୦.୩୦ ରେ ସୂର୍ଯ୍ୟପୂଜା, ଗୋପୂଜା, ଶାଳ ପ୍ରବେଶ, ଘଟସ୍ନାନ ପୂଜାରମ୍ଭ, ସଂକଳ୍ପ, ଅଗ୍ନିସ୍ଥାପନ ଯଜ୍ଞ ଅନୁଷ୍ଠିତ ହେବା ସହ ସଂଧ୍ୟାରେ ଆଳତୀ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି୨୫ ତାରିଖ ମଙ୍ଗଳବାର ଦିନ ସକାଳେ ଯଜ୍ଞ ମଣ୍ଡପରେ ବେଦପାଠ, ସୂର୍ଯ୍ୟପୂଜା, ଯଜ୍ଞ ଆରମ୍ଭ, ଆହୂତି ମଣ୍ଡନପୂଜା, ରୁଦ୍ରାଭିଷେକ ଏଵଂ ସଂଧ୍ୟାରେ ସଂଧ୍ୟା ଆଳତୀ, ଭଜନ, କିର୍ତ୍ତନ, ପ୍ରବଚନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି ୨୬ ତାରିଖ ବୁଧବାର ଅନ୍ତିମ ଦିନ ସକାଳେ ସୂର୍ଯ୍ୟପୂଜା, ଆବଶ୍ୟକୀୟ ପୂଜା, ଯଜ୍ଞାରମ୍ଭ, ପୂର୍ଣାହୂତି, ପ୍ରସାଦ ସେବନ କାର୍ଯ୍ୟ ହୋଇଥିଲା । ଏହି ଧବଳେଶ୍ୱର ମନ୍ଦିରର ପ୍ରତ୍ୟକ୍ଷ ଧବଳେଶ୍ୱର ବାବାଙ୍କ ପାଖରେ ଯିଏ ମାନସିକ ରଖିଥାନ୍ତି ତାଙ୍କର ମନବାଞ୍ଛା ପୂରଣ ହୁଏ । କାର୍ଯ୍ୟକ୍ରମରେ ଗାଁର ଆବାଳ ବୃଦ୍ଧବନିତା ସମସ୍ତେ ୩ଦିନଧରି ବାବାଙ୍କର କାର୍ଯ୍ୟକ୍ରମରେ ସାମିଲ ହୋଇ ଶୃଙ୍ଖଳାର ସହ ସଂପନ୍ନ‌କରିବାରେ ସହଯୋଗ ଅରିଥିଲେ ।କାର୍ଯ୍ୟକ୍ରମରେ ପୂଜାକମିଟି ସଭାପତି ନିରଞ୍ଜନ ସାମନ୍ତରାୟ,ସଂପାଦକ ବାଞ୍ଛାନିଧି ଦାସ, କୋଷାଧ୍ୟକ୍ଷ କୃଷ୍ନଚନ୍ଦ୍ର କର, ସହ ସଂପାଦକ ଧୀରେନ ମିଶ୍ର, ଅଶୋକ ସାମନ୍ତରାୟ, ମୁନାନି ମିଶ୍ର କୁଳଦା ମିଶ୍ର, ବୃନ୍ଦାବନ ସାମନ୍ତରାୟ, ଅସିତ ସାମନ୍ତରାୟ, ଦେବ ଦାସ, ରବି ନାରାୟଣ ପତି, କାର୍ତିକେଶ୍ୱର ମିଶ୍ର, ରାଜେଶ କର, ଧ୍ରୁବନନ୍ଦନ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ୩ ଦିନ ଧରି କମିଟି ତରଫରୁ ଶହ ଶହ ଭକ୍ତମାନଙ୍କ ପାଇଁ ଅନ୍ନ‌ପ୍ରସାଦ ବଣ୍ଟନ କରାଯାଇଥିଲା । ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କର ପୂଜାର୍ଚନା ଦର୍ଶନ ସହ ଆଶୀର୍ବାଦ ନେଇଥିଲେ ।ଗାଁରେ ଓଁକାର ନମଃ,ଔଂ ନମଃ ଶିବାୟଃରେ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ