୩ଲକ୍ଷ ଟଙ୍କା ଝାମ୍ପିନେଲେ କଳା ପଲସର ଆତଙ୍କୀ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-କଳା ପଲସର ଆତଙ୍କୀଙ୍କ ସ୍କାନରରେ ବାମନଘାଟୀ ଉପଖଣ୍ଡ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ମୁଖ୍ୟ ବଜାର ରାସ୍ତା ପିସିଏମ କଲ୍ୟାଣ ଭଵନ ସାମନାରୁ ଜନୈକ ବ୍ୟକ୍ତିଙ୍କଠାରୁ ଦୁଇ କଳାପଲସର ଆତଙ୍କୀ ୩ଲକ୍ଷ ଟଙ୍କା ଝାମ୍ପିନେଇଥିବା ଅଭିଯୋଗ ହୋଇଛି ।ଘଟଣାଟି ଆଜି ପୂର୍ବାହ୍ନ ୧୧ଘଟିକାରେ ଘଟିଥିଲା । ।ସୂଚନାଯୋଗ୍ୟ ଯେ ବହଳଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମର ଅବସରପ୍ରାପ୍ତ ରେଳବାଈ କର୍ମଚାରୀ ଆହ୍ଲାଦ ଚରଣ ମୁର୍ମୁ ଆଜି ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଈଣ୍ଡିଆରୁ ବ୍ୟକ୍ତିଗତ କାମ ପାଇଁ ୩ଲକ୍ଷ ଟଙ୍କାଉଠାଣ କରି କାରରେ ପିସିଏମ କଲ୍ୟାଣ ଭବନପାଖରେ ଯାଇଗାଡିରୁ ଟଙ୍କା ବେଗ ଧରି ଓହ୍ଲାଇ ଥିଲେ । ହଠାତ୍ ଦୃତଗତିରେ ଦୁଇଜଣ କଳାପଲସର ଆତଙ୍କୀ ପହଞ୍ଚି ଆହ୍ଲାଦଙ୍କ ଟଙ୍କା ଥଳି ଧରି ଝାମ୍ପି ନେଇ ନିମିଷକେ ଖସି ପଳାଇଥିଲେ ।ଖବର ପାଇ ରାଇରଙ୍ଗପୁର ପୋଲିସ ଅଧିକାରୀ ଅଭୟ ସୁଦର୍ଶନ ବାଗେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି ଦେଇଛନ୍ତି । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ସହ ଏକ ମାମଲା କେଶ ନଂ୩୧/୨୨ ରୁଜୁ ହୋଇଛି ।ପୋଲିସ ଏବଂ ବ୍ୟାଙ୍କ ଅଫିସର ବେଙ୍କ ଏବଂ ସହରର ସମସ୍ତ ସିସି କେମେରା ଯାଞ୍ଚ କରୁଛି । ଚଳିତ ବର୍ଷ ଏହା ଉପଖଣ୍ଡର ପ୍ରଥମ ଲୁଟ ଘଟଣା । ଲୁଟ ଘଟଣା ନେଇ ପୋଲିସ ଚିନ୍ତିତ ଥିବାବେଳେ ସହରବାସୀ ତଥା ବ୍ୟାଙ୍କ ଗ୍ରାହକମାନଙ୍କ ମଧ୍ୟରେ ଛନକା ପଶିଯାଇଛି ।


