ଷଣ୍ଡକୁଦ ୧୯ନମ୍ବର ୱାର୍ଡରେ ବନ୍ଧୁ ମିଳନ
ପାରାଦୀପ ,(ପୀତବାସ ପ୍ରଧାନ): ପାରାଦୀପ ପୌରପାଳିକାର ୧୯ନମ୍ବର(ଷଣ୍ଡକୁଦ) ୱାର୍ଡର ମୁରବୀ ମାନଙ୍କର ଏକ ବନ୍ଧୁ ମିଳନଆୟୋଜିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ୱାର୍ଡର ସର୍ବାଙ୍ଗିନ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହେବାକୁ ନିଷ୍ପତି ହୋଇଥିଲା । ଯୁବ ସଂଗଠକ ଦୀପକ କୁମାର ବେହେରା ଏହି ବୈଠକରେ ପୌରହିତ୍ୟ କରିଥିଲେ । ଯୁବ ନେତା ଗଣେଷ ବେହେରା, ଗଦାଧର ଦାସ, ସୁରେଶ ସେନାପତି, ସୁଜିତ ପରିଡା, ନିତ୍ୟାନନ୍ଦ ବେହେରା, ଅକ୍ଷୟ ମଲ୍ଲ ପ୍ରମୁଖ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


