ଷୋଳପୁର ନିକଟରେ ଡଙ୍ଗା ଓଲଟିଲା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଷୋଳପୁର ପଞ୍ଚାୟତ ର ଖଣ୍ଡିଆକୁଦ ଗାଁ କୁ ବିଜେପି ପକ୍ଷରୁ ରିଲିଫ ସାମଗ୍ରୀ ବାଣ୍ଟିବାପାଇଁ ଡଙ୍ଗାରେ ଯାଉଥିବାବେଳେ ଭାରସମ୍ୟ ହରାଇ ଡଙ୍ଗା ଓଲଟି ପଡିଥିଲା। ସୈ।ଭାଗ୍ୟ କୁ ବନ୍ୟା ଜଳ କମ ଥିବାରୁ କୌଣସି ଅଘଟଣ ଘଟିନାହିଁ।ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରାଜ୍ୟ ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡା ଓ ଜଗସିଂହପୁର ର ପୂର୍ବତନ ସାଂସଦ ବିଭୁଦତ୍ତ ତରାଇ ଙ୍କ ନେତୃତ୍ଵ ରେ ବିଜେପି କର୍ମୀ ମାନେ ରିଲିଫ ସାମଗ୍ରୀ ନେଇ ଯାଉଥିଲେ। ଶ୍ରୀ ମତୀ
ପରିଡ଼ା ଓ ଶ୍ରୀ ତରାଇ ଅଗ୍ନିସମ ବାହିନୀ ର ବୋଟରେ ଥିବାବେଳେ ବିଜେପି କର୍ମୀ ଓ ରିଲିଫ ସାମଗ୍ରୀ ନ ଆଉ ଏକ ଡ଼ଙ୍ଗା ରେ ଥିଲା। ରିଲିଫ୍ ସାମଗ୍ରୀ ଲୋଡ ହୋଇଥିବା ବୋଟ ଟି ଭାରସ୍ୟମ ହରାଇ ଓଲଟି ପଡିଥିଲା ।


