୧୧୫ ଗ୍ରାମ ବ୍ରାଉନସୁଗାର ଜବତ ଅଭିଯୁକ୍ତ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ୧୧୫ ଗ୍ରାମ ବ୍ରାଉନ ସୁଗାର ଯାହାର ମୂଲ୍ୟ ପ୍ରାୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ଜବତ କରିଛି ନିମାପଡା ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ କାକଟପୁର ଥାନା ଅଧୀନ ବାଉରି ପୋଖରୀ ଗ୍ରାମର ଉପେନ୍ଦ୍ର ଦାସ। ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ବରେ ଏକ ଟିମ୍ କାକଟପୁର ଥାନା ଅଧୀନ ବାଉରି ପୋଖରୀ ଠାରେ ଚଢ଼ାଉ କରି ଅଭିଯୁକ୍ତ ଉପେନ୍ଦ୍ର ଦାସକୁ ଗିରଫ କରିଥିଲା । ଅଭିଯୁକ୍ତ ଉପେନ୍ଦ୍ର ଙ୍କ ଠାରୁ ଅବକାରୀ ବିଭାଗ ୧୧୫ ଗ୍ରାମ ବ୍ରାଉନସୁଗାର ସହ ନଗଦ ହଜାରେ ଟଙ୍କା ଜବତ କରିଥିଲା । ଏ ସଂକ୍ରାନ୍ତ ରେ ନିମାପଡା ଅବକାରୀ ଥାନା ରେ ଏକ କେସ୍ ନଂ- ୪୪/୨୨ ରୁଜ୍ଜୁ କରାଯାଇ ଅଭିଯୁକ୍ତ ଉପେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ନିମାପଡା ଉପ-କାରଗାରକୁ ପଠାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ, ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ l


