ସଇଡ଼ା କ୍ଳଷ୍ଟରର ଏସଏଚଜି ଙ୍କୁ ନେଇ ରୋଷେଇ ପ୍ରତିଯୋଗିତା
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସଇଡ଼ା ପର୍ବତୀଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କର ଏକ ରୋଷେଇ ପ୍ରତିଯୋଗିତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ପ୍ରସନ୍ନ କୁମାର ସ୍ବାଇଁ କୃଷି ଜିଲ୍ଲା ଅଧିକାରୀ ଯୋଗ ଦେଇ ରୋଷେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବ୍ଲକ କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା , ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ରାଜଶ୍ରୀ ପରିଡ଼ା , ମାନ୍ୟବର ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିନିଧି ରାଜେଶ କୁମାର ନାଏକ, ଆକାଶବାଣୀ କଳାକାର ସୁରଥ ନାୟକ ପ୍ରମୁଖ, ରୋପ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାକୁଲ , ଗୋଛରା କୃଷି ଓଭରସିଅର ରୋଜାଲିନ ପ୍ରାଧାନ, ଆୱାଡ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ମଲ୍ଲିକ ବିଚାରକ ଭାବେ ଯୋଗଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଦୁଇଦିନ ଧରି ୨୪ ଜଣ ସ୍ଵୟଂ ସହାୟିକା, ଗୋଷ୍ଠୀର ମହିଳା ମାନେ ଅଂଶଗ୍ରହଣ କରି ମୁଗ,ବିରି, କୋଳଥ, ଝୁଡୁଙ୍ଗ, ମସୁରି, କ୍ଷୁଦ୍ର ଶସ୍ୟ ମାଣ୍ଡିଆ । ତୈଳବୀଜ ଫସଲ ତଥା ଚିନାବାଦାମ, ରାଶି ଓ ବିଭିନ୍ନ ପ୍ରକାର ପନିପରିବାର ସ୍ଵାଦିଷ୍ଟ ବ୍ୟଞ୍ଜନ , ପିଠା, ମିଠା, କ୍ଷୀରି , ଲଡୁ ଇତ୍ୟାଦି ପ୍ରସ୍ତୁତ କରିଥିଲେ । ବିଚାରକଗଣ ପ୍ରସ୍ତୁତ ଖାଦ୍ୟର ଗୁଣବତ୍ତା, ସ୍ଵାଦିଷ୍ଟତା ଓ ଉପଯୋଗୀ ପରୀକ୍ଷା ନିରୀକ୍ଷା କରି ମୂଲ୍ୟାଙ୍କନ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗୃପକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯକ୍ରମ ରେ ସଇଡ଼ା କ୍ଳଷ୍ଟରର ସଇଡ଼ା ପାରୁଆଭାଡ଼ି ପଞ୍ଚାୟତ ର ୬ଟି ଗ୍ରାମ, ଖଣ୍ଡୋକଟା ପଞ୍ଚାୟତର ୩ଟି ଗ୍ରାମ, ହାଡ଼ିପାଲି ର ୪ଟି ଗ୍ରାମ ଓ ଅର୍ଡାବାହାଲ ପଞ୍ଚାୟତ ର ଅର୍ଡାବାହଲ ଗ୍ରାମର ୨୪ ଜଣ ସ୍ଵଂୟ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରୋପ କାର୍ଯକ୍ରମ ସଂଯୋଜିକା ତୃପ୍ତିମାୟୀ ଦାଶ ପରିଚାଳନା କରିଥିଲେ । ଅବଂ ରୋପ ସ୍ଵେଛା ସେବୀ ମିଲି ବାଦୀ, ଭୂମିଶ୍ୱେତା ଧୁରୁଆ, ଜୁଲି ମହାନ୍ତ, ଚୁମକି ବଘ , ରାଇମତି ପାଇଲେ ସହଯୋଗ କରିଥିଲେ ।