ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା (ଯୁଗାଦ୍ଦ) : ଚଳିତ ବର୍ଷ ପୁରା ବିଶ୍ୱରେ ଆଉ ଏକ ବୈଶ୍ୱିକ ମହାମାରୀ କରୋନା ମାରାତ୍ମକ ରୂପରେ ଦୃଶୀୟମାନ ହୋଇଅଛି । ଏହି କ୍ରମରେ ଚଳିତ ବର୍ଷ କେନ୍ଦୁଝର ଜିଲା ପ୍ରଶାସନ ଓ ବଡବିଲ ପୌରପାଳିକା ଦ୍ୱାରା ଏକ ବୈଠକ ଆୟୋଜନ କରାଯାଇ କରୋନା ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗର ନିରାକରଣ ପାଇଁ ବିଭିନ୍ନ କମ୍ପାନୀମାନଙ୍କ ସହ ଯୋଗରେ ସଚେତନତା ଏବଂ ନିରାକରଣ ପାଇଁ ନିଷ୍ପତି ନିଆଯାଇଥିଲା । ନିଷ୍ପତି ଅନୁଯାୟୀ ରୁଙ୍ଗଟା କମ୍ପାନୀ ତା ୦୧.୦୭.୨୦୨୦ ବୁଧବାରଠାରୁ ବଡବିଲ ପୌରପାଳିକାର ୪ନଂ ଓାର୍ଡରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଥିଲା । ଏହି ଅବସରରେ ବଡବିଲ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ରୁଙ୍ଗଟା କମ୍ପାନୀର ଡିଜିଏମ ଏଚଆର ଏଲ.ଏନ ରାଉତ , ସହକାରୀ ପ୍ରବନ୍ଧକ ସମିକ୍ ସେନ୍ ଗୁପ୍ତା, ମହିଳା ସଂଘର କର୍ମକର୍ତା ବୃନ୍ଦ , ରାଣା ସାନିଟାଇଜେସନର କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥି ସହିତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରଖାଯାଇଥିଲା । ନିର୍ଦ୍ଧାରିତ ଯୋଜନା ଅନୁସାରେ ଏହି ଡେଙ୍ଗୁ ଓ କରୋନା ସଚେତନତା ଅଭିଯାନ ବଡବିଲ ପୌରାଚଂଳରେ ଓାର୍ଡ ନଂ ୪ ଏବଂ ୧୫ ରେ ଥିବା ସମସ୍ତ ଅଂଚଳ ଏବଂ ଆଖପାଖ ଅଂଚଳରେ ବ୍ୟାପକ ରୂପେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ କର୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।ଏହି ସଚେତନତା ଜାରି ରହିବା ସହିତ ଡେଙ୍ଗୁ, ମାଲେରିଆ, ଚିକେନଗୁନିଆ ଓ କରୋନା ମହାମାରୀ ଭଳି ମାରାତ୍ମକ ରୋଗଠାରୁ କିପରି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବ , ସେଥିପ୍ରତି ଲୋକଙ୍କୁ ସଚେତନତା କରାଯିବା ସହିତ ଆନ୍ଟିଲାର୍ଭା ମେସିନ୍ , ଫଗିଙ୍ଗ ମେସିନ୍ ନିୟୋଜିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ