ସଡଙ୍ଗ ପଞ୍ଚାୟତରେ ପାଠାଗାର ନିର୍ମାଣକୁ ନେଇ ବିବାଦ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ପାଠାଗାର, ଖେଳ ପଡିଆ ଓ କମୁନିଟ ସେଣ୍ଟର ନିର୍ମାଣକୁ ନେଇ ସଡଙ୍ଗ ଓ ନସିରିପୁର ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ନସିରିପୁରରେ ନିର୍ମାଣ କରିବାକୁ ସରପଞ୍ଚ ପ୍ରସ୍ତାବ ଦେଇ ପାଠାଗାର ନିର୍ମାଣ ପାଇଁ ଜମି ଚିହ୍ନଟ, ମାଟି ପରୀକ୍ଷା ଆଦି ସରିଥିବାବେଳେ ସଡଙ୍ଗ ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଡିଓ, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଦାବି ଜଣାଇବା ସହିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଏହାର ପୁନଃ ବିଚାର କରିବାପାଇଁ ନିଦେ୍ର୍ଦଶ ଆସିବାପରେ ଆଜି ହାଟଡିହି ବ୍ଲକର ବିଡିଓ ଏବଂ ହାଟଡିହି ତହସିଲଦାର ପ୍ରମୁଖ ସଡଙ୍ଗ ପଞ୍ଚାୟତକୁ ସ୍ଥାନ ନିରୁପଣ କରିବାକୁ ଯାଇ କଲେଜ ନିକଟରେ ତିନୋଟିଯାକ ପ୍ରକଳ୍ପ କାର୍ଯ୍ୟ ହେବାକୁ ଜମି ପରିଦର୍ଶନ କରିଥିଲେ । ଯାହାକୁ ନସିରିପୁର ଗ୍ରାମବାସୀମାନେ ବିରୋଧ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ସଡଙ୍ଗ ପଞ୍ଚାୟତରେ ନସିରିପୁର ଏକ ସର୍ବ ବୃହତ ଗ୍ରାମ ହୋଇଥିବାବେଳେ ଆମ ଗ୍ରାମରେ ବିକାଶ ର ଧାରା ପହଞ୍ଚି ନାହିଁ । ବର୍ତ୍ତମାନ ଯେଉଁଠି ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଚାହୁଁଛନ୍ତି ତାହା ଜନବସତି ଠାରୁ ଦେଢ଼ କିଲୋମିଟର ଦୁରରେ, ତେଣୁ ଏହି ପ୍ରକଳ୍ପ ଗୁଡିକ ଆମେ ଆମ ଗ୍ରାମରେ କରାଯାଉ ବୋଲି ଦାବି କରୁଛୁ । ଏହାଦ୍ୱାରା ଆମ ଅଞ୍ଚଳର ପିଲାମାନେ ଖେଳିପାରିବେ, ପାଠାଗାରରେ ପଢ଼ାପଢ଼ି କରିପାରିବେ । ଆଜି ତହସିଲଦାର ଏବଂ ବିଡିଓ ଆସିଥିବାବେଳେ ଆମେ ସମସ୍ତ ଗ୍ରାମବାସୀ ରାସ୍ତାରେ ଦାବିପତ୍ର ଧରି ଛିଡା ହୋଇଥିଲେବି ସେମାନେ ଆମ ପାଖରେ ଅଟକି ନଥିଲେ । ଯାହାକି ଆମକୁ ବ୍ୟତିଥ କରିଛି ବୋଲି ରବିନ୍ଦ୍ର କୁମାର ଦାସ, ଅଟଳ ଦାସ, ପିଣ୍ଟୁ ଦାସ, ଗୌରୀ ଦାସ, ଉଦିଆ ଦାସ, ଅମିୟ ଦାସ, ଜିତେନ୍ଦ୍ର ଦାସ, ଝୁମଲତା ଦାସ, ସୁରମା ଦାସ, ଅଜୟ କୁମାର ଦାସ, ରଣଜିତ ଦାସ, ମହେଶ୍ୱର ଦାସ, ଶ୍ରୀଧର ଦାସ, ପ୍ରଫୁଲ ଦାସ, ମଙ୍ଗୁଳି ଦାସ, ନାରାୟଣ ଦାସ, ମିନତୀ ମଲ୍ଲିକ, ଚାନ୍ଦମଣି ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପକର୍୍ରେ ଆମେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜରାଇଛୁ, ଯଦି ପ୍ରଶାସନ ନିଷ୍ପତିରେ ପରିବର୍ତ୍ତନ ନକରନ୍ତି ତେବେ ଆମେ ଆନେ୍ଦାଳନକୁ ଓହ୍ଲାଇବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ