ସନ୍ନି ଲିଓନଙ୍କ ରାସ୍ତାରେ ବଲିଉଡ ନାୟିକା
ବଲିଉଡରେ ଏକଦଶକ ପୂରଣ କରିଲେଣି ଅଦିତି ରାଓ ହାଇଦରୀ, କିନ୍ତୁ ଏଠି ତାଙ୍କୁ ଖାସ୍ ସଫଳତା ମିଳିନାହିଁ । ଏଯାବତ୍ ଅଦିତିଙ୍କୁ ଜଣେ ଟପ୍ ହିରୋଇନର ମାନ୍ୟତା ମିଳି ନାହିଁ, କି ତାଙ୍କୁ କୌଣସି ବିଗ୍ ଷ୍ଟାରଙ୍କ ଅପୋଜିଟରେ ହିରୋଇନ୍ ରୋଲ ପାଇଁ ଅଫର୍ ମିଳୁ ନାହିଁ । ଏହାକୁ ଲକ୍ଷ୍ୟ କରି ଅଦିତି ସନ୍ନି ଲିଓନଙ୍କ ରାସ୍ତାରେ ଯିବାର ନିଷ୍ପତ୍ତି ନେଇଛନ୍ତି । ହଁ ସେ ବି ସନ୍ନି ଲିଓନଙ୍କ ଭଳି ଦକ୍ଷିଣ ଭାରତୀୟ ସିନେମାକୁ ମୁହାଁଇଛନ୍ତି । ସନ୍ନି ଲିଓନଙ୍କୁ ବଲିଉଡରେ ଭଲ ଅଫର୍ ନ ମିଳିବା ହେତୁ ସାଉଥକୁ ଯାଇଛନ୍ତି । ଅଦିତି ରାଓ ହାଇଦରୀ ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ “ଦିଲ୍ଲୀ-୬’ ରୁ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ ୟେ ଶାଲି ଜିନ୍ଦେଗି, ରକ୍ଷ୍ଟାର, ଖୁବ୍ସୁରତ୍, ୱାଜିର, ଭୂମି ଏବଂ ପଦ୍ମାବତ୍ ଆଦି ଲୋକପ୍ରିୟ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି । ଅଦିତି ତେଲୁଗୁ ସିନେମା “ସମ୍ମୋହନମ୍’ରେ ଡେବ୍ୟୁ କରିଥିଲେ । ଏହା ଏକ ବ୍ଲକବଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଥିଲା । କିନ୍ତୁ ତାପରେ ସେ ବଲିଉଡକୁ ଆସିଥିଲେ । ଏବେ ପୁଣି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ଏବେ ଅଦିତି ଦୁଇଟି ଦକ୍ଷିଣ ଭାରତୀୟ ସିନେମାରେ କାମ କରୁଥିବା ଜଣାଯାଇଛି ।


