ସନ୍ରାଇଜ୍ ସ୍ପୋଟର୍ସ କ୍ଲବ୍ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ସନ୍ରାଇଜ୍ ସ୍ପୋଟର୍ସ କ୍ଲବ ପକ୍ଷରୁ ଛତ୍ରପୁର ବିରେଶ୍ୱର ମନ୍ଦିର ନିକଟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଫେଇ ସନ୍ରାଇଜ୍ ସ୍ପୋଟର୍ସ କ୍ଲବ୍ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଏଲ୍.ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଉପସଭାପତି ସମୀର ପଟ୍ଟନାୟକ, ସଂପଦାକ ରଜନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ପଣ୍ଡା, ଉପଦେଷ୍ଟା ତାରେକେଶ୍ୱର ପଣ୍ଡା, ତ୍ରିନାଥ ବେହେରା ଙ୍କସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ମନ୍ଦିର ପରିସର ଏବଂ ଚାରିପାଶ୍ୱର୍ରେ ସଫେଇ କରିଥିଲେ ।


