ଧାନଚାଷ ସଂପର୍କରେ ଚାଷୀ କର୍ମଶାଳା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ବାଲିଗଢିଆ ଠାରେ ନିଳମଣି ଫର୍ଟିଲାଇଜର ଆନୁକୂଲ୍ୟରେ ଧାନଚାଷ ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଚ୍ୟୁତାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସ୍ୱୀକୃତିପ୍ରାପ୍ତ କୀଟନାଶକ ଔଷଧ ବିକ୍ରେତା କମଳ କୁମାର ନନ୍ଦ ଯୋଗ ଦେଇ ଧାନ ଚାଷ ସମ୍ପର୍କରେ ଚାଷୀ ମାନଙ୍କୁ ବୁଝାଇ ଥିଲେ । ଏଥିରେ ଚାଷୀ ଦାଶରଥି ଜେନା, ରତି ସାହୁ, ଇନ୍ଦ୍ରମଣି ବେହେରା, ହରେକୃଷ୍ଣ ଜେନା, ଭାଗିରଥି ନାୟକ, ଗୋଲକ ଜେନା, ରମେଶ ଜେନା, ଭାସ୍କର ସେଠୀ ଯୋଗ ଦେଇଥିଲେ । ଶେଷରେ ବିଭୂପ୍ରସାଦ ନାୟକ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ