ସପ୍ତାହ ମଧ୍ୟରେ ମାର୍କେଟ କମ୍ପ୍ଲେକ୍ସ ଭଡା ପୈଠ ନ କଲେ କାର୍ଯ୍ୟାନୁଷ୍ଠାନ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ସ୍ତିତ ହାଇ ସ୍କୁଲ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ବକେୟା ଭଡା ଅର୍ଥ ପଇଠ କରିବାକୁ ପଞ୍ଚାୟତ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି । ଗତ ୫ବର୍ଷ ଧରି ବହୁ ଦୋକାନୀ ମାଲିକମାନେ ଠିକ ଭାବେ କମ୍ପ୍ଲେକ୍ସ ଭଡା ଦେଉ ନ ଥୁବାରୁ ପଞ୍ଚାୟତ ପକ୍ଷରୁ ଡ଼ାକବାଜି ମାଧ୍ୟମରେ ମାଲିକମାନଙ୍କୁ ଅବଗତ କରିବା ସହ କମ୍ପ୍ଲେକ୍ସରେ ନୋଟିସ ମାରିଥିବା ଦେଖା ଯାଇଛି। କିଛି ଅସାଧୁ ବ୍ୟବସାୟା ସରକାରୀ ଜମି ଜବରଦାଖଲ କରି ଦୋକାନ ଘର ତିଆରି କରି ଅନ୍ୟକୁ ଭଡା ଦେଇ ଅର୍ଥ ଆଦାୟ କରୁଥିବା ପଞ୍ଚାୟତ କାର୍ଜ୍ୟାଳୟରେ ଅଭିଯୋଗ ହୋଇଛି । ତେଣୁ ଆଗାମୀ ୭ ଦିନ ମଧ୍ୟରେ ଦୋକାନ ଘର ବକେୟା ଭଡା ଅର୍ଥ ପଇଠ ନ କଲେ ପଞ୍ଚାୟତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିପିଇଓ ଖଗେଶ୍ୱର ଭୂୟାଁ ସୂଚନା ଦେଇଛନ୍ତି.


