କୃମି ନାଶକ ଔଷଧ ଖାଇ ୯ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଟଳିପଡ଼ିଲେ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଜିଉରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କୃମି ଔଷଧ ଖାଇବା ପରେ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ତଳେ ଟଳିପଡ଼ିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ସେମାନଙ୍କୁ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଖବର ପ୍ରକାରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଦ୍ୟାଳୟ ମାନଙ୍କରେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କ ପେଟରେ କୃମି ଜାତ ହୁଏ ଏଣୁ ଶରୀର ଆରୋଗ୍ୟ ସକାଶେ ଗ୍ରାମାଞ୍ଚଳ ଘରେ ଘରେ ଏବଂ ବିଦ୍ୟାଳୟରେ ମଧ୍ୟ ମେଡିକାଲ ର କର୍ମଚାରି ମାନେ କୃମି ଔଷଧ ବାଣ୍ଟିଥାନ୍ତି। ଆଡ଼ପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ଭାରପ୍ରପ୍ତ ଅଧିକାରୀଙ୍କ ବାହନ ଦାସ ଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ପରେ ସେଠାକାର ଏଏନଏମ ଦିଦି ଜ୍ୟୋତିମୟି ପାତ୍ରଓ ଆଶାକର୍ମୀ ଦିଦି ବିଦେଶୀ ସେଠୀ ଙ୍କଦ୍ବାରା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବହୁ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଔଷଧ ଖାଇବାକୁ ଦିଆଯାଇଥିଲା। ଏହାର କିଛି ସମୟ ପରେ ୩ ଜଣ ଛାତ୍ରଛାତ୍ରୀ ଶରୀରରେ ଅସୁସ୍ଥ ଅନୁଭବ ମୁଣ୍ଡ ବୁଲେଇ ଲାଗିଲା ଯାହାରି ଫଳରେ ଅସୁସ୍ଥ ପିଲାମାନଙ୍କୁ ସଙ୍ଗେ ସଙ୍ଗେ ଓଆରଏସ୍ ପିଇବାକୁ ଦେଇ ଘରକୁ ଛାଡି ଛାଡ଼ିଦିଆ ଯାଇଥିଲା। ଆଜି ଶନିବାର ରହିଥିବା ବେଳେ ତେବେ ହଠାତ୍ ୯ ଘଣ୍ଟା ସମୟରେ ଜଣକ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ତଳେ ଟଳି ପଡ଼ିଥିଲେ। ଖବର ପାଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଅଭିଭାବକ,ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସହ ପୋଲିସ କର୍ମାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟାଳୟ ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ରହିଥିଲା । ଅପରପକ୍ଷରେ ବିଦ୍ୟାଳୟରେ ତିନୋଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ରହି ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଏଥିରେ ୩ ଜଣ ନାବାଳକ ଜିଲୁସେଠୀ(୮) ରୁପନ ସାହୁ(୧୦) ବଳୀଆ ସାହୁ(୧୦) ରହିଥିବା ବେଳେ ୬ ଜଣ ନାବାଳିକା ନଳୀନି ସାହୁ(୧୦) ଶୁଭଶ୍ରୀ ସାହୁ (୧୦) ତୁଳସୀ ସାହୁ(୧୦) ସନ୍ତୋଶିନି ସାହୁ(୧୦) ଶ୍ୱେତା ସାହୁ( ୧୦) ଦୀପିକା ସାହୁ(୧୦) ରହିଛନ୍ତି । ଏନେଇ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ ଭାରପ୍ରାପ୍ତ ଅଧିକାରୀ ଡ଼ା ବାହନ ଦାସ ଏବଂ ସହଯୋଗୀ ଡ଼ା ପୁନମ ଦାସ ଙ୍କୁ ଏଭଳି ଘଟଣାର କାରଣ ସମ୍ପର୍କ ରେ ପଚାରିବାରୁ ସେ କହିଲେ ସାଧାରଣତଃ ଅଳ୍ପ କିଛି ମୁଣ୍ଡ ବୁଲେଇ ଲାଗେ ପେଟ ଦରଜ ଅନୁଭୂତ ହୁଏ କୌଣସି ବ୍ୟସ୍ତ ହେବାର କିଛିନାହିଁ ବର୍ତ୍ତମାନ ପିଲାମାନେ ସୁସ୍ଥ ଅଛନ୍ତି ଆମର ସମସ୍ତ ବିଭାଗ ସଜାଗ ଅଛନ୍ତି ।ଆଜି ରାତ୍ର ରହି ଆସନ୍ତା କାଲି ଜିବେବୋଲି ସୂଚନା ଦେଇଛନ୍ତି। ତେବେ ମେଡିକାଲ ପରିସରରେ ଛାତ୍ର ଛାତ୍ରୀ ଙ୍କ ମାଆ ବାପା ଏବଂ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କୁରେଶୁ ସେଠୀ, ଏବିଇଓ ଶୁକଦେବ ମଲିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରଶ୍ମିତା ସାହୁ ସି ଆର ସି ସି ସ୍କୁଲର ଶିକ୍ଷକ ମାନେଉପସ୍ଥିତ ରହି ଅସୁସ୍ଥ ବିଦ୍ୟାର୍ଥୀଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି।


