ସମାଜସେବୀ ଗାଣ୍ଡୁ ନାହାକଙ୍କ ଜନ୍ମ ଶତ ବାର୍ଷିକୀ ସ୍ମୃତି ସଭା,ରକ୍ତଦାନ ଶିବିର ଓ କବିତା ପାଠ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗାଣ୍ଡୁ ନାହାକ ହାଇସ୍କୁଲ ଝାରେଡି ଠାରେ ସମାଜସେବୀ ସ୍ବର୍ଗତ ଗାଣ୍ଡୁ ନାହାକଙ୍କ ଜନ୍ମ ଶତ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଏକ ସ୍ମୃତି ସଭା ସହ ରକ୍ତଦାନ ଶିବିର ଓ କବିତା ପାଠ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପଣନ ପରିଷଦର ଉପଦେଷ୍ଟା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସି.ପି.ଏମ ରାଜ୍ୟ ସମ୍ପାଦକ ଶ୍ରୀ ଅଳି କିଶୋର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ଼ି,ବିଜେପି ଜିଲ୍ଲା ଉପସଭାପତି ଡ଼.ସୁବାଷ ଚନ୍ଦ୍ର ସାହୁ,ପୂର୍ବତନ ଏନଏସି ଅଧ୍ୟକ୍ଷ ରାମ ଚନ୍ଦ୍ରବେହେରା,ରମ୍ଭା ଏନଏସି ପୂର୍ବତନ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଣ୍ଡା,ଗଂଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁଧୀର ବିଶ୍ୱାଳ, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀ, ବିଶିଷ୍ଟ ସମାଜସେବୀ ବନମାଳି ସେଠୀ, ଶ୍ରମିକ ନେତା ଶଙ୍କର ଦାସ, ବିଜେପି ନେତା କୃଷ୍ଣ ନାୟକ , ସିପିଏମ କୃଷକ ସେଲର ସାଧାରଣ ସମ୍ପାଦକ ପି.ହରିକୃଷ୍ଣ ରେଡ଼ି,ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ,ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ବେହେରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ ଚନ୍ଦ୍ର ବେହେରା ଯୋଗଦେଇ ସ୍ବର୍ଗତ ଗାଣ୍ଡୁ ନାହାକଙ୍କ ବିଭିନ୍ନ କୃତିର ସ୍ମୃତି ଚାରଣ କରିଥିଲେ ଓ ଆଗାମୀ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ ।ଏହାକୁ ସଂଯୋଜନା କରିଥିଲେ ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ । ଏହି ଅବସରରେ ଏକ ରକ୍ତଦାନ ଶିବିର କରାଯାଇ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ପରେ କବି କବିୟତ୍ରୀମାନଙ୍କୁ ନେଇ ଏକ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଅଧିପିକା ଜୋତ୍ସ୍ନାରାଣୀ ପ୍ରଧାନ,ଶିକ୍ଷକ ଶେଷଦେଵ ବେହେରା,ପଞ୍ଚାନନ ଖଟୁଆ ସଂଯୋଜନା କରିଥିବା ବେଳେ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା,ପୂର୍ଣଚନ୍ଦ୍ର ପଣ୍ଡା ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ଗୋଲକ ଚନ୍ଦ୍ର ପଲେଇ ପରିଚାଳନା କରିଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କମିଟିର ସଦସ୍ୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।ଗାଣ୍ଡୁ ନାହାକଙ୍କ ସୁପୁତ୍ର ଶ୍ରୀ ପ୍ରଭାକର ନାୟକ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।


