ସମାଜସେବୀ ମକରି ପଣ୍ଡାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ହବିଳିସାହି ଗ୍ରାମର ଧର୍ମପ୍ରାଣା ତଥା ସମାଜସେବୀ ସ୍ୱର୍ଗତା ମକରି ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ହାବିଳି ସାହିସ୍ଥିତ ବାସଭବନ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରଣବ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ଶିକ୍ଷାବୀତ ବ୍ରଜ କିଶୋର ପତି, ପରିବେଶବୀତ କାଶୀନାଥ ରାଉତରାୟ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ସୁଦାମ ବେହେରା, ପ୍ରାକ୍ତନ ସରପଞ୍ଚ ବିଜନ ମଲିକ, ଶମ୍ଭୁନାଥ ମହାପାତ୍ର, ପ୍ରଫୁଲ୍ଲ କୁମାର ଦାସ, ପ୍ରମୋଦ କୁମାର ପତି, ଶାରଦା ପ୍ରସନ୍ନ ପଣ୍ଡା, ମହିବୁର ରକ୍, ଚନ୍ଦନ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ପଣ୍ଡାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ପ୍ରଭାତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


