ନାଗ ଦେବଦେବୀଙ୍କ ପ୍ରତିମୁର୍ତ୍ତି ପ୍ରତିଷ୍ଠା ଉତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତା ତଥା ଗଜପତି ଷ୍ଟାଡିୟମ ନିକଟରେ ଥିବା ଶ୍ରୀଶ୍ରୀଶ୍ରୀ ରାମେଶ୍ୱର ମହାଦେବ ଶନି ମନ୍ଦିର ପରିସରରେ ଆଜି ନାଗ ଚତୁର୍ଥୀ ଉପଲକ୍ଷେ ନାଗ ଦେବଦେବୀଙ୍କ ପ୍ରତିମୁର୍ତ୍ତି ପ୍ରତିଷ୍ଟା ଉତ୍ସବ ଅତ୍ୟନ୍ତ ଭକ୍ତିପୁତ ଭାବେ ପାଳନ କରାଯାଇଛି । ଆଜି ଭୋର ସକାଳୁ ୩ଜଣ ବରିଷ୍ଟ ପୁଜକଙ୍କ ଦ୍ୱାରା ରୀତି ନୀତି ଅନୁଯାୟୀ ପୁଜାପାଠ,ହୋମ,ଯଜ୍ଞ ଆଦି ଦ୍ୱାରା ନାଗ ଦେବଦେବୀଙ୍କ ପ୍ରତିମୁର୍ତ୍ତି ପ୍ରତିଷ୍ଟା କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ପାରଳା ସହରର ବହୁ ଭକ୍ତ ଯୋଗ ଦେଇ ନାଗ ଦେବଦେବୀଙ୍କୁ ଅତ୍ୟନ୍ତ ଭକ୍ତିପୁତ ଭାବେ ଦର୍ଶନ କରି ପୁଜାପାଠ କରିଛନ୍ତି । ଏହି ମନ୍ଦିରରେ ନାଗ ଦେବଦେବୀଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରିବା ପାଇଁ ସାଧାରଣଙ୍କ ତରଫରୁ ଅନୁରୋଧ ରହିଥିଲା । ଏଥି ଅନୁଯାୟୀ ଆଜି ଏଠାରେ ନାଗ ଦେବଦେବୀଙ୍କ ପ୍ରତିମୁର୍ତ୍ତି ସ୍ତାପନ କରାଯାୟୀ ପ୍ରତିଷ୍ଟା ଉତ୍ସବ ପାଲନ କରାଯାଇଛି ।


