ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ ନଭେମ୍ବର ୨୭ରେ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ ଆସନ୍ତା ନଭେମ୍ବର ୨୭ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା ବିଶ୍ୱତାରିଣୀ ମନ୍ଦିର ପରିସରରେ ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆବାହକ କିଶୋର ଆଚାର୍ଯ୍ୟ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପରିଡା, ଉପଦେ୍ଦଷ୍ଟା ବାଳକୃଷ୍ଣ ରାଉତ, ବିଦୁ୍ୟତଲତା ଦେଓ, ରତ୍ନାକର ଦାସ, ଉପସଭାପତି ନାରାୟଣ ଚନ୍ଦ୍ର ସାହୁ, ଅନନ୍ତ ମୁଦୁଲି, ମୁରଲୀଧର ବେହେରା, ସୁବାସ ଚନ୍ଦ୍ର ପାତ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ରାଜୀବ ସାହୁ ପ୍ରମୁଖ ଯୋଗଦେଇ ସମ୍ବାଦ ସାହିତ୍ୟଘରର ୬ଷ୍ଠ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବର ୨୭ତାରିଖରେ ବାର୍ଷିକ ଉତ୍ସବ ଓ ମୁଖପତ୍ର ଉନ୍ମୋଚନ ଉତ୍ସବ କରାଯିବାକୁ ନିଷ୍ପତି ହୋଇଥିଲା । ଅକ୍ଟୋବର ୩୦ତାରିଖ ସୁଧା ମୁଖପତ୍ର ଓ ଇନ୍ଦ୍ରଧନୁ ପୃଷ୍ଟାପାଇଁ ଲେଖା ଗୁଡିକ ପଠାଇବାକୁ ଆହ୍ୱାନ କରାଯାଇଥିଲା । ଲେଖା ଗୁଡିକ କିଶୋର ଆଚାର୍ଯ୍ୟ, ଆବାହକ ସମ୍ବାଦ ସାହିତ୍ୟଘର ହାଟଡିହି, ଛେନାପଦି, କେନ୍ଦୁଝର, ପିନ-୭୫୮୦୮୩ ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି ।


