ବ୍ୟାଙ୍କ୍ ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଦୁଇଦିନିଆ ଧର୍ମଘଟ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): କେନ୍ଦ୍ର ସରକାରଙ୍କ ସରକାରୀ ବ୍ୟାଙ୍କ ଘରୋଇକରଣ ଓ କର୍ମଚାରୀ ମାରଣନୀତି ବିରୋଧରେ ମାର୍ଚ୍ଚ ୧୫/୧୬ ଦୁଇ ଦିନ ଧରି ୟୁନାଇଟେଡ଼ ଫୋରମ୍ ଅଫ ବ୍ୟାଙ୍କ ୟୂନିୟନ୍ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛି ।ଏହି ଡାକରାରେ ରାଇରଙ୍ଗପୁରର ବ୍ୟାଙ୍କ ଅଫ ଇଣ୍ଡିଆ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ,କାନାରା ବ୍ୟାଙ୍କ,ପିଏନବି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦାରୁ ସମେତ ସମସ୍ତ ସରକାରୀ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି । ସେମାନେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ବେଚ ପିନ୍ଧି ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ଜଣାଇଛନ୍ତି ।ଏହି ଧର୍ମଘଟରେ ୧୫ ଲକ୍ଷରୁ ଉଧ୍ୱର୍ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । ପୂର୍ବରୁ ସଂଘ ପକ୍ଷରୁ ମାର୍ଚ୍ଚ ୪,୯ ଏବଂ ୧୦ ତାରିଖ ଦିନ ଶ୍ରମ କମିଶନରଙ୍କୁ ସହ ଆଲୋଚନା ହୋଇଥିଲେ ମଧ୍ୟ ସଫଳ ମିଳିଲା ନାହିଁ । ଯାହାଫଳରେ ସଂଘ ତରଫରୁ ଧର୍ମଘଟ କରିବାକୁ ବାଧ୍ୟ ହୋଇଛନ୍ତି ।ଦେଶର ଅର୍ଥନୈତିକ ପ୍ରଗତିରେ ବ୍ୟାଙ୍କ ଓ ବୀମା ସଂସ୍ଥାର ଭୂମିକା ଅବର୍ଣ୍ଣନୀୟ । କେନ୍ଦ୍ର ସରକାର ବ୍ୟାଙ୍କ ଘରୋଇକରଣ ସହ ବିଦେଶୀ ପୁଞ୍ଜି ପରିମାଣ ୭୪ ପ୍ରତିଶତ ବୃଦ୍ଧି, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଯୋଜନାର ପ୍ରତିଫଳିତ । ବ୍ୟାଙ୍କ ଘରୋଇକରଣ ହେଲେ ନିଯୁକ୍ତି ହ୍ରାସ, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ,ଦିବ୍ୟାଙ୍ଗ ନିଯୁକ୍ତି ସଂପୁର୍ଣ୍ଣ ବନ୍ଦ ହୋଇଯିବ । ସାଧାରଣ ଜନତା ଅଧିକ ଆର୍ଥିକ ଶୋଷଣରେ ସିକାର ହେବେ । କର୍ପୋରେଟ ,ବୃହତ ବ୍ୟବସାୟୀଙ୍କ ଅପରିଶୋଧ ଋଣକୁ ଗୋପନୀୟତା ରଖାଯିବ । କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ମାରଣ ନିତିକୁ ନେଇ ଆଜି ଧର୍ମଘଟରେ ସମସ୍ତ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ଧର୍ମଘଟରେ ବିଭିନ୍ନ ବ୍ୟାଙ୍କର ସଂଘ ନେତା ସୁରାଇ ମୁର୍ମୁ, ଶଙ୍କର ବେହେରା, ପ୍ରବିଣ ଭାସ୍କର,ସିତାକାନ୍ତ ମହାନ୍ତ ,ପ୍ରଭାସ ଦାସ,ସାଧାଇ ମୁଣ୍ଡା,ରଜତ ନନ୍ଦ, ପ୍ରିୟଦର୍ଶିନୀ ମୁର୍ମୁ, ରାମଚନ୍ଦ୍ର ମାରାଣ୍ଡି,ହରିହର ଟୁଡୁ, ସିଦ୍ଧିଲାଲ ବାସ୍କେ,ମଙ୍ଗଲ ବାସ୍କେ,ଆର କେ ମହାପାତ୍ର,କୁଶାଲ ହେମ୍ବ୍ରମ,ପ୍ରତାପ ମୁର୍ମୁ ,ମେଘରାୟ ହେମ୍ବ୍ରମ, ପାଣ୍ଡୁରାମ ଜାମୁଦା ଏବଂ ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ