ହିଞ୍ଜିଳିରେ କଂଗ୍ରେସର ରଣହୁଙ୍କାର ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ସଙ୍ଗଠନ ସୁଦୃଢ ହେଲେ ସରକାର ଗଠନ ହେବ : ରମେଶ ଜେନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପୌର ଓ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମରସଜ୍ଜା ଓ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କଂଗ୍ରେସର ଗୌରବକୁ ଫେରାଇ ଆଣିବାକୁ କଂଗ୍ରେସ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରି ଦଳୀୟ ସାଙ୍ଗଠନିକ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ରବିବାର ସନ୍ଧ୍ୟାରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳି ଗ୍ରସ୍ତ କରି ଆୟୋଜିତ ବୈଠକରେ ଯୋଗଦେଇ ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ସଙ୍ଗଠନ ସୁଦୃଢ ହେଲେ ସରକାର ଗଠନ ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ରବିବାର ସନ୍ଧ୍ୟାରେ ପିତଳ ଛକ ଠାରୁ ଏକ ବିରାଟ ବାଇକ୍ ରାଲିରେ ଆସି ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତ ଶ୍ୟାମଳାଇ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସର ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ କଂଗ୍ରେସ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, କେରାପସ୍ୱଙ୍କ ସାଂସଦ ତଥା ପିସିସି ପର୍ଯ୍ୟବେକ୍ଷକ ସପ୍ତଗିରି ଶଷଙ୍କର ଉଲ୍ଲକା, ମହିଳା କଂଗ୍ରେସଚ ସଭାନେତ୍ରୀ ସ୍ୱରୁପା ତ୍ରିପାଠୀ, ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଚିନ୍ମୟ ହୋତା, ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ଜିତୁ ବିଷୋୟୀ, ଶେରଗଡ଼ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି କୁନା ବିଷୋୟୀ ଓ ହିଞ୍ଜିଳିକାଟୁ ପୌରାଂଚଳର ନଗର ସଭାପତି ସୁନାରାମ ସାବତ ପ୍ରମୁଖ ମଂଚାସିନ ଥିଲେ । ଆୟୋଜିତ ସଭାରେ ଶ୍ରୀ ଉଲ୍ଲକା ଓ ଶ୍ରୀ ଜେନାଙ୍କୁ ସ୍ୱମର୍ଦ୍ଧିତ କରାଯାଇଥିଲା । ଉଭୟ ନେତା ଓ କର୍ମୀ ମାନଙ୍କ ଠାରୁ ସାଙ୍ଗଠନିକ ଅବସ୍ଥା ସମ୍ପର୍କରେ ବୁଝିବା ସହ କର୍ମୀ ମାନଙ୍କ ସହମତିରେ ବ୍ଳକ ଓ ପୌର ପରିଷଦର ସଭାପତି ପଦ ଚୟନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ଥର ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ପ୍ରତି ବିଜେଡ଼ି ସରକାର ଦୀର୍ଘ ଦିନ ଧରି ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ସମଗ୍ର ଜାତୀୟ ରାଜପଥ, ରେଳପଥ ଓ ବିମାନ ବନ୍ଦର ଭଳି ଗୁରୁତର ସମସ୍ୟା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ଦ୍‌ବତୀୟ ରାଜଧାନୀ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଶିଳ୍ପ ଓ ଅନ୍ୟାନ ପ୍ରକଳ୍ପ ଗୁଡ଼ିକର ବିକାଶ ହୋଇପାରୁନାହିଁ ବୋଲି କୋରାପୁଟ ସଂସଦ ଉଲ୍ଲକା ଅଭିଯୋଗ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା କର୍ମୀ ମାନଙ୍କୁ ପରାମର୍ଶ ଦେଇ ସମସ୍ତ ମତଭେଦକୁ ଭୁଲି ସଙ୍ଗଠନକୁ ମଜବୁତ କରିବା ପାଇଁ ମିଳିମଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସ ସଙ୍ଗଠନ ସୁଦୃଢ ହେଲେ ସରକାର ଗଠନ ହେବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ଓ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ବିରୋଧରେ ବିଷେଦଗାର କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା କହ୍ନେୟାଲାଲ ସାବତ, ବ୍ଳକ ସଭାପତି ପଦ୍ମ ଚରଣ ସାହୁ, କିଶାନ ମଜଦୁର ସଭାପତି ରାମ ନାରାୟଣ ବିଶ୍‌ବାସରାୟ, ମନୋଜ କୁମାର ଗୌଡ଼, ଲିଟୁ ସାହୁ, ନିଳାଂଚଳ, ସାଗର ଦାସ, ପବିତ୍ର ସେଠି, ରାଇମେହାନ ସେଠି, ନିଳମାଧବ ଦାସ, ଗୋପିନାଥ ପାଣିଗ୍ରାହୀ, ସନ୍ତୋଷ ସାହୁ, ଛାତ୍ର ନେତା ଚନ୍ଦନ କୁମାର ପାଢି, ଅନିଳ କୁମାର ପଣ୍ଡା, ଶ୍ରୀକାନ୍ତ ପରିଡ଼ା, ବିଶ୍ୱାଳ ବେହେରା, ମନୋଜ କୁମାର ସ୍ୱାଇଁ, ସୁରେନ୍ଦ୍ର ସାହୁ, ଲକ୍ଷ୍ମୀ ସାମନ୍ତରାୟ, ବଟ ବେହେରା, ସୁବାଷ ଦଳାଇ, ରାଜେନ୍ଦ୍ର ପ୍ରଧାନ, ସୁରୋଶ ପାଣିଗ୍ରାହୀ, ଆନନ୍ଦ ପାଢି, ନିଳାଂଚଳ ପାଣିଗ୍ରାହୀଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଦୀର୍ଘଦିନର ନିରବତା ପରେ ରାଜ୍ୟ ମୁଖିଆଙ୍କ ଗଡ଼ରେ କଂଗ୍ରେସର ବଡ଼ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ