ସରପଞ୍ଚ ଜିଲାପାଳ କ୍ଷମତା ପ୍ରୟୋଗ ଜଣେ ପଜିଟିଭ ଚି଼ହ୍ନଟ ପରେ ସାତ ଦିନିଆ ସଟ ଡାଉନ ଘୋଷଣା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ପୁଣି ଛତ୍ରପୁର ବ୍ଲକ ର ଜଣେ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି l ଅଗସ୍ତିନୂଆଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ବ୍ୟାଙ୍କ କଲୋନୀ ଜି. ଏନ. ପାଲାମ୍ମlରେ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବାରୁ ଅଂଚଳ ବାସୀଙ୍କ ସୁରକ୍ଷାକୁ ଦୃଷ୍ଟି ରେ ରଖି ପଂଚାୟତର ସରପଞ୍ଚ ପି. ସୀମାଦ୍ରୀ ଉକ୍ତ ଅଂଚଳକୁ ନିଷିଦ୍ଧାଞ୍ଚଳ ହିସାବରେ ଆଜି ଠୁ ସାତ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି l ଉକ୍ତ ଅଂଚଳର ଲୋକମାନେ ନିଜ ନିଜ ଘରେ ସୁରକ୍ଷିତ ରହିବାକୁ ସେ କହିଛନ୍ତି l ଏହାସହିତ ଉକ୍ତ ଅଂଚଳ କୁ ଯାତାୟତ ପ୍ରବେଶ ପଥକୁ ମଧ୍ୟ ବ୍ୟାରିକେଟ ବାନ୍ଧି ସିଲ କରିଛନ୍ତି l ଏହି ଅଂଚଳ କୁ ବାହାର ଲୋକମାନେ ଆସିବାକୁ ମନା କରାଯାଇଛି ଏବଂ ଅଂଚଳ ର ଲୋକମାନେ ବାହାରକୁ ନ ଯିବା ନିମନ୍ତେ କୁହାଯାଇଛି l ସମସ୍ତେ ମାସ୍କ ପରିଧ୍ୟାନ କରିବା, ସାମାଜିକ ଦୂରତା ରହିବା ସହ ବାରମ୍ବାର ହାତ ଧୋଇବାକୁ ସରପଞ୍ଚ ଅନୁରୋଧ କରିଛନ୍ତି l ଲୋକମାନେ ପୋଖରୀରେ ନ ଗାଧେଇବାକୁ ମଧ୍ୟ ସୂଚନା ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ