‘ସହାୟକ’ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲାର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହାୟକ’ର ମାସିକ ବୈଠକ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଇଂ. ସୁରେନ୍ଦ୍ରନାଥ ଦାସ ଏଥିରେ ସଭାପତିତ୍ୱ କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରିଶ ଚନ୍ଦ୍ର ଜେନା ଓ ସାହିତ୍ୟିକ ଡ. ରମାକାନ୍ତ ବେହେରା,ସଂଘର ସାଧାରଣ ସମ୍ପାଦକ ଇଂ. ବନମାଳି ନାୟକ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାଶଙ୍କୁ ତାଙ୍କ ୯୧ତମ ଜନ୍ମଦିନରେ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅକ୍ଷୟ ତ୍ରିପାଠୀ, ଶଚୀନ୍ଦ୍ର ଦାସ, ସୁଦର୍ଶନ ଦାସ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସାବିତ୍ରୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶଶାଙ୍କ ଶେଖର ଦତ୍ତ, ବସନ୍ତ କୁମାର ନାୟକ, ଶେଖ୍ ଆଲ୍ଲାଉଦ୍ଦିନ୍‌, ଭବେଶ ଚନ୍ଦ୍ର ପଣ୍ଡା, ଶ୍ରୀରାମ ଦାଶ, ରାମଚନ୍ଦ୍ର ବାଗ, ଇଂ. କିଶୋର ଚନ୍ଦ୍ର ବେହେରା, ପୁରୁଷୋତ୍ତମ ବେହେରା, ଅରୁଣା ରାୟ, ପ୍ରଣୀତା ମିଶ୍ର, ଇଂ. ରାମଚନ୍ଦ୍ର ସେଠୀ, ରବୀନ୍ଦ୍ର ପ୍ରହରାଜ, ଶ୍ୟାମସୁନ୍ଦର ଜେନା, ଇଂ. ଶିବପ୍ରସାଦ ବେହେରା, ଇଂ. ସରୋଜ କୁମାର ଚାନ୍ଦ, ଦୀନବନ୍ଧୁ ଲେଙ୍କା, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ବେଣୁଧର ପାଳ, ଦିବାକର ମହାପାତ୍ର, ଡା. ତାରାକାନ୍ତ ନନ୍ଦ, ଗୋପାଳ ଚନ୍ଦ୍ର ଜେନା, ଇଂ. ସୁଗତ ବୋଷ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, କାମିନୀକାନ୍ତ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଏଥିରେ ଯୋଗଦେଇ ଆଲୋଚନରେ ଅଂଶଗ୍ରହଣ କରିଥିଲେ । ଡ. କ୍ଷୀତିଶ୍ୱର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ