ସାନଖେମୁଣ୍ଡି ସମିତିସଭ୍ୟ ଙ୍କ ଆନ୍ଦୋଳନ ବୈଠକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ଜନପ୍ରତିନିଧି ୨୬ ଟି ପଞ୍ଚାୟତରେ ସମିତି ସଭ୍ୟ ମେଳି ବାନ୍ଧିଛନ୍ତି | ଦୀର୍ଘ ୩ ବର୍ଷ ହେଲା ନିର୍ବାଚନ ହୋଇଥିଲେ ମଧ୍ୟ ଆମର ଦାଇତ୍ୱ ହିସାବରେ ଆମେ ଜନସାଧାରଣ ମାନଙ୍କୁ ସେବା ଯୋଗାଇ ପାରୁନାହୁଁ | ସ୍ୱାଧୀନ ଭାରତରେ ପରାଧୀନ ପରି ଆମେ ନାମକୁ ମାତ୍ର ନିର୍ବାଚିତ ହୋଇଛୁ | ଆମର କୌଣସି ଅଧିକାର ନାହିଁ ପଞ୍ଚାୟତରେ ଥିବା ପଲ୍ଲୀ ସଭା କାର୍ଯ୍ୟ ହେଉ କିମ୍ବା ଗ୍ରାମ ସଭା କାର୍ଯ୍ୟ କୌଣସି କାର୍ଯ୍ୟରେ ସରପଞ୍ଚ କୁ ଡକାଯାଉନାହିଁ | ସେହିଭଳି ବ୍ଲକ ପ୍ରଶାସନ ମଧ୍ୟ ଜନକଲ୍ୟାଣ କରି ଯୋଜନାରେ ବ୍ଲକ ସ୍ତରରେ ଆସୁଥିବା ଚିଠି ମାଧ୍ୟମରେ ସୂଚନା ଦେଉ ନାହାନ୍ତି | ଯାହା ଫଳରେ ଆମେ ଜନସାଧାରଣ ମାନଙ୍କ ପାଖରେ ଉତ୍ତର ଦାୟୀ ହୋଇ ରହୁଛୁ | ଏଭଳି ପ୍ରଶାସନର ଅଣ ଦେଖାକୁ ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚାଇ ଜନସାଧାରଙ୍କ ସେବା କରିବା ପାଇଁ ଆମକୁ କ୍ଷମତା ଦେବାସହ ବ୍ଲକ ସ୍ତରରେ ପଞ୍ଚାୟତ ସ୍ତରରେ କ୍ଷମତା ଦେବାକୁ ନେଇ ଆଜି ଗୋବିନ୍ଦପୁର ମନ୍ଦିର ପ୍ରାଙ୍ଗଣରେ ଜନ ପ୍ରତିନିଧି ବୈଠକ ହୋଇଥିଲା | ଗତ ୧୦.୦୯.୨୦୨୦ ସାନଖେମୁଣ୍ଡି ବି.ଡି.ଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ଦାବି ପତ୍ର ମାଧ୍ୟମରେ ଅଭିଯୋଗ ଜଣାଇବା ପରେ ସମିତି ପଣ୍ଠରୁ ୪ ଲକ୍ଷ ଟଙ୍କା ଲେଖାଏ ସମିତି ସଭ୍ୟ ମାନଙ୍କୁ ନିଜ ନିଜ ପଞ୍ଚାୟତରେ କାର୍ଯ୍ୟ କରିବାକୁ ଦେଇଥିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ହୋଇନଥିବା ବୈଠକରେ ପ୍ରକାଶ ପାଇଥିଲା | ଏଣୁ ବାର୍ଷିକ ଆକ୍ସନ ପ୍ଲାନ ବେଳେ ଆମ ମାନଙ୍କର ଉପସ୍ତିତିରେ କରିବେ ଏବଂ ବ୍ଲକ ର ସମସ୍ଥ ଉନ୍ନୟନ କାମ ସାମିଲ କରିବା ପାଇଁ ପୁଣି ବ୍ଲକ ବି.ଡି.ଓ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାପାଇଁ ନିଷ୍ପତି ହୋଇଥିଲା | ବୈଠକରେ ଉପସ୍ଥିତ ଥିବା ସଭ୍ୟ ମାନଙ୍କ ମଧ୍ୟରେ ବ୍ଲକ ର ଉପାଦକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ,ସମିତି,ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ,ଅମିନ ପ୍ରଧାନ,ପୂର୍ବତନ ବ୍ଲକ ଅଧକ୍ଷ ତଥା ସମିତି ସଭ୍ୟ ପ୍ରତିନିଧି ଏ.ଜୟରାମ ବେହେରା,ଏ.ରାଜେଶ ଦୋରା,ତୋଫାନ ସ୍ୱାଇଁ,ତପନ ଚନ୍ଦ୍ର ପ୍ରଧାନ,ଜି.ରାମ,ଇ.ମାଧବ ରାଓ,ପ୍ରଶାନ୍ତ ସ୍ୱାଇଁ,ଗୀତାଞ୍ଜଳି ସାମନ୍ତରାୟ,ମିନତୀ ବିଷୋୟୀ,ଇ.ଜୟନ୍ତୀ ରେଡି,ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ