ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ତହସିଲ ଅଧିନ ଘୋଡାଂଶ ପଂଚାୟତସ୍ଥିତ ଘୋଡାଂଶ ଗ୍ରାମରେ ଜୈନିକା ମହିଳା ସାପ କାମୁଡାରେ ଶୁକ୍ରବାର ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ବିଜୟ ରାଉତଙ୍କ ପତ୍ନୀ ମଧୁସ୍ମିତା (୪୫) ଅଟନ୍ତି । ସୂଚନା ମୁତାବକ ମଧୁସ୍ମିତା ସକାଳେ ଘର ସମ୍ମୁଖରେ ଝାଡୁ ଦେଉଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକ ପ୍ରଥମେ ଚିକିତ୍ସା ଲାଗି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ଡାକ୍ତର ବଡ ମେଡିକାଲ ସ୍ଥାନାନ୍ତରିତ କରିଥିଲେ । କଟକ ମେଡିକାଲରେ ପଂହଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।


