ସାପ କାମୁଡ଼ାରେ ଚାଷୀ ମୃତ୍ୟୁ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ଆଡ଼ପଡା ପଞ୍ଚାୟତ ମୋହିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ଚାଷୀଙ୍କ ମଙ୍ଗଳବାର ଅପରାହ୍ନ ୫ ଟାରେ ମୃତ୍ୟୁ ଘଟିଛି l ସେ ହେଲେ ଆଡ଼ପଡା ପଞ୍ଚାୟତ ମୋହିଗୁଡା ଗ୍ରାମର ଜନାର୍ଦ୍ଧନ ଲେଙ୍କା (୩୫) l ମଙ୍ଗଳବାର ଅପରାହ୍ନ ରେ ଜନାର୍ଦ୍ଧନ ବିଲ କାମ କରୁଥିବା ବେଳେ ତାଙ୍କୁ କୌଣସି ଏକ ଵିଷଧର ସାପ କାମୁଡି ଦେବାରୁ ସେ ଚିତ୍କାର କରି ତଳେ ପଡିଗଲେ l ଏହା ଶୁଣି ଆଖ ପାଖରେ ଥିବା ଲୋକେ ଜନାର୍ଦ୍ଧନଙ୍କୁ ଆଡ଼ପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ଜନାର୍ଦ୍ଧନଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନରେ ପହଁଚି ମୃତ ଦେହ ଜବତ କରି ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି l


