ରଘୁନାଥ ସରକାରୀ ବିଦ୍ୟାପୀଠରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଶୁକ୍ରୁଳି ବ୍ଳକ ଅନ୍ତର୍ଗତ ଟାଙ୍ଗିଆ ଗ୍ରାମର ରଘୁନାଥ ସରକାରୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ମନ୍ମଥ କୁମାର ଭୋଇଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଆଦିବାସୀ ନାରୀନେତ୍ରୀ କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ସମାଜରେ ମଣିଷ ତିଆରି କାରଖାନାରେ ସୁମଣିଷ ଗଠନରେ ଶିକ୍ଷକମାନଙ୍କୁ ଭୂମିକା,ତ୍ୟାଗ,ନିଷ୍ଠା, ଦାୟିତ୍ଵ,ଶିକ୍ଷକତା ଅବର୍ଣ୍ଣନୀୟ । ମନ୍ମଥ ସାର୍ ଜଣେ ଛାତ୍ରବତ୍ସଳ ,ଅଭିଭାବକ ପ୍ରେମୀ, ଏବଂ ଶିକ୍ଷା ଅନୁଷ୍ଠାନର ଉନ୍ନତି ପାଇଁ ତାଙ୍କର ତ୍ଯାଗକୁ ଭାଷାରେ ବର୍ଣ୍ଣନା କରି ହେବ ନାହିଁ ବୋଲି ବିଧାୟିକା ମୋହଦୟା କହିଥିଲେ । ମନ୍ମଥ ସାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ସେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁଶୀତଳ ପାନୀୟ ଜଳ ଯୋଗାଣ ବ୍ଯବସ୍ଥାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ସଂଘ ସମସ୍ତେ ଯୋଗଦେଇଥିଲେ ।


