ସାମନ୍ତଙ୍କ ଜନ୍ମ ଦିନରେ ପ୍ରତିମୃର୍ତ୍ତି ସ୍ଥାପନ ପାଇଁ ଦାବି

ପାରାଦ୍ୱୀପ,(ପୀତବାସ ପ୍ରଧାନ): କୁଜଙ୍ଗ ଗାନ୍ଧୀ, ଅବିଭକ୍ତ ଏରସମା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ତଥା ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି, ଲବଣ ସତ୍ୟାଗ୍ରହର ଅତ୍ୟତମ ମୁଖ୍ୟ ସଂଗ୍ରାମୀ, କୁଜଙ୍ଗ ରାଜ ବଂଶର ଜାମାତା ନାରାୟଣ ବୀରବର ସାମନ୍ତଙ୍କ ଜନ୍ମଜୟନ୍ତୀ ଅବସରରେ କବି ପୀତାମ୍ବର ତରାଇ ଶ୍ରଦ୍ଧାଞ୍ଜଳୀ ଜଣାଇ କହିଛନ୍ତି ଯେ ସାମନ୍ତଙ୍କ ପରି ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିକ୍ଷ୍ୟ, ଗୋପବନ୍ଧୁ ଦାସଙ୍କ ସହଯୋଗୀ ସକଳତ୍ୟାଗୀ ପୁରୁଷଙ୍କ ଜନ୍ମ ଦିନକୁ ସରକାରୀ ସ୍ତରରେ ପାଳନ କରାଯାଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ରାଷ୍ଟ୍ରପିତାଙ୍କ ହରିଜନ ଆନ୍ଦୋଳନର ପ୍ରଥମ ସମର୍ଥକ ଭାବେ ହରିଜନ ମାନଙ୍କୁ ପାରାଦ୍ୱୀପଗଡ ସ୍ଥିତ ମନ୍ଦିର ମଧ୍ୟରେ ପ୍ରବେଶ କରାଇ ସାରା ଭାରତରେ ସୁନାମ ଅର୍ଜନ ଓ ଚର୍ଚ୍ଚିତ ହୋଇଥିବା ଶ୍ରୀ ସାମନ୍ତ ପାରାଦ୍ୱୀପ ବନ୍ଦର ନିର୍ମାଣର ପରିକଳ୍ପନା କରି ବିଜୁ ବାବୁଙ୍କୁ ପ୍ରଭାବିତ କରିଥିଲେ । ଯାହା ଆଜି ଆନ୍ତର୍ଜାତିକ ବନ୍ଦର ଭାବରେ ଓଡିଶା ତଥା ଭାରତର ଅର୍ଥନୈତିକ ମୁଖଶାଳା ଭାବରେ ପରିଚିତ ହୋଇ ଓଡିଆ ଜାତିର ଗୌରବକୁ ବିଶ୍ୱ ମାନଚିତ୍ରରେ ଯଥେଷ୍ଟ ଟେକ ରଖିଛି । ତେବେ ବନ୍ଦର ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୃର୍ତ୍ତି ସ୍ଥାପନ ସହ ଏକ ରାସ୍ତାକୁ ସାମନ୍ତ ମାର୍ଗରେ ନାମିତ କରିବା ପାଇଁ କବି ତଥା ସମାଜସେବୀ ଶ୍ରୀ ତରାଇ ଦାବି କରିବା ସହ ଏହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ