ଦେଶରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ଦ୍ୱାରା ଚୁକ୍ତି ସର୍ତ୍ତାବଳୀରେ ଥିବା ଆରଓଏଫ୍‌ଆର ରେ ସଂଶୋଧନ

ପାରାଦ୍ୱୀପ,(ପୀତବାସ ପ୍ରଧାନ):ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ନିତୀ ଅନୁସାରେ ଜାହାଜ ନିର୍ମାଣ ପାଇଁ ହେଉଥିବା ଟେଣ୍ଡର ପ୍ରକ୍ରିୟାର ବିଭିନ୍ନ ଚୁକ୍ତି ସର୍ତ୍ତାବଳୀ ଉପରେ ସମୀକ୍ଷା କରାଯାଇଛି । ଦେଶର ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ଲାଗି ‘ପ୍ରଥମ ଅଗ୍ରାହ୍ୟ କରିବାର ଅଧିକାର’ (ଆରଓଏଫ୍‌ଆର୍‌)ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଏଥିରେ ଭାରତୀୟ ପତାକା ବହନ କରୁଥିବା ତଥା ଭାରତୀୟ ମାଲିକାନାକୁ ପ୍ରାଧାନ୍ୟ ଦିଆଯାଇଛି । ଉଲ୍ଲେଖ ଥାଉକି ୨୦୧୬-୨୦୨୬ ଘରୋଇ ଜାହାଜ ନିର୍ମାଣ ଆର୍ଥିକ ସହାୟତା ପଲିସି ଅନ୍ତର୍ଗତ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ପାଇଁ ଦୀର୍ଘ ମିଆଦି ସବସିଡି ଯୋଜନା ରଖିଛନ୍ତି । ଏହି ଯୋଜନା ଅନୁଯାୟି କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ୬୧.୦୫ କୋଟି ଟଙ୍କା ଅର୍ଥ ବ୍ୟୟ କରି ସାରିଲେଣି । ଏ ସମ୍ପର୍କରେ କେନ୍ଦ୍ର ରାଜ୍ୟ ଜାହାଜ ଚଳାଚଳ ମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ମନସୁଖ୍ ମାଣ୍ଡଭିୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ କୁ ସାକାର କରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ସର୍ବଦା ଚେଷ୍ଟିତ । ଦେଶରେ ଜାହାଜ ନିର୍ମାଣ ର ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି । ଆର୍‌ଓଏଫ୍‌ଆର୍ ଚୁକ୍ତି ସର୍ତ୍ତାବଳୀରେ ସଂଶୋଧନ, ଜାହାଜ ନିର୍ମାଣ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳତାକୁ ଉତ୍ସାହିତ କରିବା ତଥା ଦେଶର ଦୀର୍ଘ ଦିଆଦି ଆର୍ôଥକ ବିକାଶରେ ସହାୟକ ହେବ ବୋଲି ପାରାଦ୍ୱୀପ ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିିଜ୍ଞପ୍ତିରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ