ସାରନା ଧରମର ମାନ୍ୟତା ପାଇଁ ବି.ଡି.ଓଙ୍କୁ ଦାବିପତ୍ର ପ୍ରଦାନ
ଯୋଡା,(ସମୀର କୁମାର ଦାସ) : ସାରନା ଧରମ କୋଡ ଆଦିବାସୀ ମାନଙ୍କର ସ୍ୱୀକୃତି ବା ସରକାରଙ୍କ ଦ୍ୱାରା ସାରନା ଆଇନ କିମ୍ବା ବିଧି ପ୍ରସ୍ତୁତ କରିବା ନିମନ୍ତେ ଅଲ ଇଣ୍ଡିଆ ସାରନା ଧରମ ଚେମେଟ ଆଶ୍ଳା ପକ୍ଷରୁ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛିି । ଯୋଡା ବ୍ଲକର ବିଭିନ୍ନ ଅଂଚଳ ତଥା ବାହାର ଅଂଚଳରୁ ପ୍ରାୟ ଶତାଧିକ ମହିଳା ଓ ପୁରୁଷ ଆସି ପାରମ୍ପରିକ ମାଦଳ, ମୃଦଙ୍ଗ, ଝାଞ୍ଜ ଓ ନାଗରା ବଜାଇ ଯୋଡା ବ୍ଲକ କାର୍ଯ୍ୟାଳୟରେ ପହଁଚି ସ୍ଲୋଗାନ ମାନ ଦେଇ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଅଲ ଇଣ୍ଡିଆ ସାରନା ଧରମ ଚେମେଟ ଆଶ୍ଳାର ଉପସଭାପତି ଇଶ୍ୱର ଟୁଡୁଙ୍କ ସୂଚନା ଅନୁଯାୟୀ ସରକାରଙ୍କ ଦ୍ୱାରା ସାରନା ଆଇନ କିମ୍ବା ସାରନା ବିଧି ପ୍ରସ୍ତୁତ କରିବା ଆବଶ୍ୟକତା ରହିଥିବା ବେଳେ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଚିଠି ଓ ସ୍ମାରକପତ୍ର ପ୍ରଦାନ କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସାରନା ଧରମକୁ ମାନ୍ୟତା ପ୍ରଦାନ କରାଯାଇ ନାହିଁ କିମ୍ବା ସାରନା ଆଇନ ପ୍ରସ୍ତୁତ କରାଯାଇନାହିଁ । ଭାରତ ଏକ ଧର୍ମ ନୀରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ସାରନା ଧରମ ପାଇଁ ସରକାର କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି । ଏହି ସଂଗଠନର ସଭାପତି ଗୋପବନ୍ଧୁ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଭାରତବର୍ଷର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ସାରନା ଧରମର ଆଦିବାସୀ ବାସ କରନ୍ତି । ସାରନା ଧରମକୁ ଚିହ୍ନିବା ପାଇଁ ସରକାରଙ୍କ ଦ୍ୱାରା ସାରନା କୋଡ ମାନ୍ୟତା ଓ ସାରନା ଆଇନ ଗଠନ କରିବା ଆବଶ୍ୟକ । ଏଥିସହିତ ସରକାର ସାରନା ଧରମ ଆଦିବାସୀଙ୍କୁ ସାରନା ଧରମ ସଂକେତ ଓ ସ୍ତମ୍ଭ ରଖିବା ଦ୍ୱାରା ସରକାରଙ୍କୁ ସାରନା ଧରମର ଆଦିବାସୀ ସମ୍ବନ୍ଧରେ ଉପଯୁକ୍ତ ସୂଚନା ପାଇପାରିବେ ବୋଲି ମାଝୀ ପ୍ରକାଶ କରିଥିଲେ । ଯୋଡା ବ୍ଲକର ଜଜାଙ୍ଗ,ବନ୍ଧୁଆବେଡା,ଜଗନ୍ନାଥପୁର ସହ ବିଭିନ୍ନ ସ୍ଥାନରୁ ଶତାଧିକ ମହିଳା ଓ ପୁରୁଷ ଏହି ଦାବି ନେଇ ଆସିଥିଲେ । ଏହି ସଂଗଠନର ସଭାପତି ଗେ।।ପବନ୍ଧୁ ମାଝୀଙ୍କ ସମେତ ସମ୍ପାଦକ ଟିକେଶ୍ୱର ହାସଦା,ଉପସଭାପତି(୨) ଇଶ୍ୱର ଟୁଡୁ,ଉପସଭାପତି ଗୋବିନ୍ଦ ମରାଣ୍ଡି,ମାଝୀ ମହଲ ପାରଗାନା (ଉତ୍ତରନଖା) ନରେନ୍ଦ୍ର ହାସଦାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।


