ସାମୁଦ୍ରିକ କଇଁଚ ଅଲିଭ୍ ରିଡଲେ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା

ଛତ୍ରପୁର,(ଦେବଦତ୍ତ ମହାରଣା):୨୦୨୧ଋଷି୍କୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ ରିଡଲେ କଇଁଛଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡାଦାନ ସକାଶେ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି  । ପ୍ରାରମ୍ଭରେ ସାମୁଦ୍ରିକ କଇଁଛଙ୍କ ପରିଚାଳନା ଓ ସଂରକ୍ଷଣ ପ୍ରଦର୍ଶନୀକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅଧ୍ୟକ୍ଷତା କରି କହିଥିଲେଯେ, ଭବିଷ୍ୟତରେ ହରିପୁର ଓ ସୁନାପୁର ଠାରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବାର ଯୋଜନା ରହିଛି  । ଅଲିଭ୍ ରିଡଲେ କଇଁଛ ଗୁଡିକ ସାମୁହିକ ଅଣ୍ଡାଦାନ ପାଇଁ ମାଇଲ୍ ମାଇଲ୍ ଦୂରତା ଅତିକ୍ରମ କରି ବଟେଶ୍ବର, ଗୋଖୁରକୁଦା, ପ୍ରୟାଗୀ, ରାମେୟାପାଟଣା, ଅନ୍ତାରାପୁର ବେଳାଭୂମିକୁ ଆସୁଛନ୍ତି  । ଅଣ୍ଡାଦାନ ସମୟରେ ଯେପରି ସେଥିରେ ବ୍ୟାଘାତ ସୃଷ୍ଟି ନ ହୁଏ  ସେଥିପ୍ିରତି ଦୃଷ୍ଟି ଦେବାକୁ ହେବ  । ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏହି ଅଞ୍ଚଳକୁ ପରିଭ୍ରମଣ ତଥା ଗବେଷଣା ପାଇଁ ଆସୁଛନ୍ତି  । ବେଳାଭୂମି ଯେପରି ପରିଷ୍କାର ପରିଛନ୍ନତା ଓ ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ  । ଗୋପାଳପୁର, ସୁନାପୁର ଓ ପୋତାଗଡ ଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସୈନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି  । ବେଳାଭୂମିରେ ପ୍ଲାଷ୍ଟିକ୍ ର ବ୍ୟବହାର ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ଅମ୍ଲାନ ନାୟକ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୩ଲକ୍ଷ ୨୩ ହଜାର ୦୬୨ଟି କଇଁଛ ଅଣ୍ଡାଦାନ ନିମନ୍ତେ ଆସିଥିଲେ  । ଚଳିତ ବର୍ଷ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା ପ୍ରକଟ କରିଥିଲେ  । ଚଳିତ ବର୍ଷ ବେଳାଭୂମିକୁ ସମ୍ପୂର୍ଣ୍ଣ ପରିଷ୍କାର କରାଯାଇ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି  । ସମୁଦ୍ର ପାଟ୍ରୋଲିଂକୁ କଡାକଡି କରାଯାଇଛି  । ସାମୁହିକ   ଅମ୍ଡାଦାନ ସମୟରେ ପର୍ଯ୍ୟଟକ ଅଯଥା ଭିଡ ନ କରିବାକୁ, ଫଟୋ ଉଠାଇବାକୁ, ରାତିବେଳା  ଟର୍ଚ୍ଚ  ଜାଳିବାକୁ ବାରଣ  କରାଯାଇଛି  ।  ଏଥିପାଇଁ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ  ।  ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରଏ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ କିର୍ତ୍ତୀ ଭାସନ୍ ଭି, ବୈଜ୍ଞାନିକ ଅନୀଲ ମହାପାତ୍ର, ବୈଜ୍ଞାନିକ ଡଃ ଏ.କେ. ସାହୁ, ଚିଲିକା ବଣ୍ୟପ୍ରାଣୀ ଡିଭିଜନ୍ ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ଯୋଗଦେଇଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ