ଧର୍ମପରାୟଣା ବୃଦ୍ଧାଙ୍କ ପରଲୋକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗ୍ରାମର ଧର୍ମପରାୟଣ ବୃଦ୍ଧା ମୌନାବତୀ ଦାସଙ୍କର ୭୫ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ମେଳାପୀ, ଧର୍ମପରାୟଣା ଓ ବାତ୍ସଲ୍ୟମୟୀ ବୃଦ୍ଧା ଭାବେ ଗାଁରେ ପରିଚିତ ଥିଲେ । ବାର୍ଦ୍ଧକ୍ୟ ଜନିତ କାରଣରୁ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ତାଙ୍କର ବିୟୋଗ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବାମଦେବ ଦାସ, ଉଦୟନାଥ ଦାସ, କିଶୋର ଦାସ, କ୍ଷେତ୍ରବାସୀ ଦାସ, ଶରତ ଦାସ, ନାତି ସୁରତ ଦାସ, ମନ୍ମଥମୟ ଦାସ, ସମୀର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଜି ତାଙ୍କର ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇଥିବାବେଳେ ବୈତରଣୀ ନଦୀ କୂଳ ସ୍ଥିତ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ଶିଶିର କୁମାର ଦାସ ମୁଖାଗ୍ନି ଦେଇଥିଲେ । ଧର୍ମପରାୟଣା ମହିଳାଙ୍କ ପରଲୋକରେ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ