ସାମ୍ବାଦିକଙ୍କୁ ଡାକ୍ତରଙ୍କ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଏନଏଚଆରସିଙ୍କ ନିକଟରେ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାକୁ ନେଇ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ମହାମାରୀ କରୋନା ସମୟରେ ସାମାଜିକ ଦ୍ୱରତା ରକ୍ଷା କରାନଯାଇ ଓ ମୁହଁରେ ମାସ୍କ ନପିନ୍ଧି ଶତାଧିକ ଲୋକ ଜମାହୋଇଥିବା ଦେଖି ସାନ୍ତସାହିସ୍ଥିତ ଦୁର୍ଗା ନର୍ସିଂହୋମ ପରିସରକୁ ଚାଲିଯାଇଥିଲେ ଫୋକସ ପ୍ଲସର ଜିଲ୍ଲା ପ୍ରତିନିଧି ତଥା ଉତ୍କଳୀୟମ ଫାଉଣ୍ଡେସନ(ଏକ ମାନବାଧିକାର ସଂଗଠନ)ର ରାଜ୍ୟ ସାଂଗଠନିକ ସମ୍ପାଦକ ସୁନିଲ ମହାପାତ୍ର । ସେଠାରେ ଉପସ୍ଥିତ ଥିବା ଡା.ପର୍ଶୁରାମ ସାହୁଙ୍କ ୨ପୁଅ ଡା.ଦେବାଶିଷ ସାହୁ ଓ ଶିବାଶିଷ ସାହୁଙ୍କ ସମେତ ନର୍ସିଂହୋମର କର୍ମଚାରୀମାନେ ଯୁବସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ କରି ଫଟୋ ଉତ୍ତୋଳନ କରୁଥିବା ସମୟରେ ମରଣାନ୍ତଙ୍କ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଓ ବାଇକ ଛଡାଇ ନେଇଥିଲେ । ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ ଘଟଣାସ୍ଥଳଖୁ ତଦନ୍ତ ପାଇଁ ଯାଇଥିବା ସମୟରେ ପୋଲିସକୁ ମଧ୍ୟ ମରଣାନ୍ତଙ୍କ ଆକ୍ରମଣ କରିଥିଲେ ସେହି ଡାକ୍ତର ଭାଇ ଦୁଇଜଣଙ୍କ ସହ ସେମାନଙ୍କ ନର୍ସିଂହୋମର କର୍ମଚାରୀମାନେ । କରୋନା ସଂକ୍ରମଣ ସମୟରେ ଏତେଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବାକୁ ପ୍ରଶାସନ ଠାରୁ ସେମାନେ ଅନୁମତି ଆଣିଥିଲେ ତ? ସେହି ଡାକ୍ତର ଦୁଇଜଣ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ କୋଭିଡ-୧୯ର ନିୟମ ଭଙ୍ଗ କରିଥିବାରୁ ସେମାନଙ୍କ ବିରୋଧରେ ଓ ସଂପୃକ୍ତ ନର୍ସିଂହୋମ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ? ୨ଜଣଙ୍କ ଭିତରୁ ଜଣେ କଟକସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଚାକିରୀ କରୁଥିବା ବେଳେ ସେ କିଭଳି ସେଠାରୁ କେନ୍ଦ୍ରାପଡା ଆସି ଏଠାରେ ଚିକିତ୍ସା କରୁଥିଲେ ? ସରକାରଙ୍କ କୋଭିଡ -୧୯ ନିୟମ ଅନୁଯାଇ ଏଭଳି ହେବା କଥା ନୁହେଁ । ଏହି ଘଟଣାରେ ଏହିଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ଜଣେ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ସମୟରେ ମରଣାନ୍ତଙ୍କ ଆକ୍ରମଣ କରାଯିବା ଅତ୍ୟନ୍ତ ଲଯ୍ୟାଜନକ ଘଟଣା । ଏହାକୁ ନେଇ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ ଅଭିଯୋଗ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସଂପୃକ୍ତ ନର୍ସିଂହୋମକୁ ତୁରନ୍ତ ସିଲ କରାଯିବାକୁ ମାନବାଧିକାର କର୍ମୀ ରାଜୀବ ଲୋଚନ ପ୍ରଧାନ ଦାବି କରିଛନ୍ତି ।


