ସାମ୍ବାଦିକଙ୍କ ଗୋଡରେ ଶିକୁଳି ପକାଇବା ଘଟଣାକୁ ବନ୍ତ ପ୍ରେସ୍ କ୍ଲବର ନିନ୍ଦା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବାଲେଶ୍ୱର ଜିଲା ନୀଳଗିରିର କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୋଲିସ ଅଧିକାରୀ ବ୍ୟକ୍ତିଗତ ଆକ୍ରୋଶ ରଖି ପ୍ରତିଶୋଧ ପରାୟଣ ହୋଇ ଗିରଫ କରିବା ସହ ଚିକିତ୍ସାଧିନ ଅବସ୍ଥାରେ ଗୋଡରେ ଶିକୁଳି ପକାଇବା ଘଟଣାକୁ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହା ୪ର୍ଥ ସ୍ତମ୍ଭ ପ୍ରତି କୁଠାରଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସାମ୍ବାଦିକ ମାନେ ସାଧାରଣଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ବିଭିନ୍ନ ଦୁର୍ନୀତିର ପର୍ଦାଫାସ କରୁଛନ୍ତି । ଏଥିନେଇ ବହୁ ସମୟରେ ସେମାନେ ଆକ୍ରୋଶର ଶୀକାର ହେଉଛନ୍ତି । ତେବେ ନୀଳଗିରିର ସାମ୍ବାଦିକଙ୍କ ପ୍ରତି ହୋଇଥିବା ଅମାନବୀୟ କାର୍ଯ୍ୟକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମା, ଦୀଲିପ କୁମାର ଖୁଣ୍ଟିଆ, ହରି ନାରାୟଣ ମହାନ୍ତି, ସନାତନ ରାଉତ, ଜ୍ଞାନଦା ପ୍ରସାଦ କରଶର୍ମା, ରମେଶ ଚନ୍ଦ୍ର ମଲ୍ଳିକ, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ମାର୍କଣ୍ଡ ବେହେରା, ଅସିତ୍ କୁମାର ଓଝା, ପ୍ରଶାନ୍ତ କୁମାର ସାହୁ, ବିଜୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ସଭ୍ୟ ମାନେ ଦାବୀ କରିଛନ୍ତି ।


