କ୍ଳଷ୍ଟର ସ୍ତରୀୟ ଆଲୋଚନା ଚକ୍ର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଓ ସାନକୋଦଣ୍ଡା କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ,ପ୍ରଧାନ ଶିକ୍ଷୟିତ୍ରୀ ଓ F.L.N ଡେଡିକେଟେଡ ଟିଚର୍ସ ମାନଙ୍କୁ ନେଇ ବାହାଡାପଦର ଉଚ୍ଚ ବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ I ଉଭୟ କ୍ଳଷ୍ଟରର ସି.ଆର୍.ସି.ସି ତ୍ରିନାଥ ବେହେରା ଏବଂ ସନ୍ତୋଷ କୁମାର ସାହୁ ରିସୋର୍ସ ପରସନ ରୂପେ ଯୋଗ ଦେଇ ନୂତନ ଜାତୀୟ ଶିକ୍ଷାନୀତି 2020, F.LN, Nipun Bharat ଆଦି ସମ୍ବନ୍ଧରେ ଆଲୋଚନା କରିଥିଲେ I ଏହା ସହ ଆସନ୍ତା 16 ଏବଂ 18 ଏପ୍ରିଲରେ ହେବାକୁ ଥିବା କ୍ଳଷ୍ଟର ସ୍ତରୀୟ ଓ ବ୍ଳକ ସ୍ତରୀୟ T.L.M ମେଳାରେ କିପରି ଉନ୍ନତମାନର ବିଷୟ ଉପଯୋଗୀ ଟି.ଏଲ୍.ଏମ୍ ପ୍ରସ୍ତୁତ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଦର୍ଶନ କରାଇବେ ସେ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା I ଏହି ଅବସରରେ ବରିଷ୍ଠ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସା ଦେବୀ ପ୍ରମୁଖ ମଞ୍ଚାସୀନ ରହି ମତାମତ ରଖିଥିଲେ I କାର୍ଯ୍ୟକ୍ରମରେ ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ ସହଯୋଗ କରିଥିଲା ବେଳେ ଶିକ୍ଷକ ହୃଷିକେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I


