ସାମ୍ବାଦିକଙ୍କ ସହ ଆନ୍ଧ୍ର ପୋଲିସ ଓ ସାମ୍ବାଦିକଙ୍କ ସମନ୍ୱୟ ବୈଠକ ଓଡିଶା ଆନ୍ଧ୍ର ସିମାନ୍ତରେ ଅପରାଧ ରୋକିବା ପାଇଁ ଆନ୍ଧ୍ର ପୋଲିସର ପ୍ରୟାସ ।
ପାରଳାଖେମୁଣ୍ଡ (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲା ସ୍ତରୀୟ ସମସ୍ତ ସାମ୍ବାଦିକ ଏବଂ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ପୁରୁଣାପାଟଣା ଥାନା ଅଞ୍ଚଳର ସମସ୍ତ ମାମ୍ବାଦିକଙ୍କୁ ନେଇ ଆନ୍ଧ୍ର ପୋଲିସ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । ଓଡିଶା ଆନ୍ଧ୍ର ସିମାନ୍ତରେ ସାନ୍ତି ଶୃଙ୍ଖଳା ପ୍ରତିଷ୍ଠା ସହ ଅପରାଧକୁ ରୋକିବା ପାଇଁ ଆନ୍ଧ୍ର ପୋଲିସ ଉଭୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁତ୍ୱପୁର୍ଣ୍ଣ ସମନ୍ୱୟ ବୈଠକ କରିଛନ୍ତି । ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ପୁରୁଣାପାଟଣା ଠାରେ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପୋଲିସ ଏବଂ ଗଜପତି ଜିଲା ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ହୋଇଯାଇଛି । ଏହି ବୈଠକ ପୁରୁଣାପାଟଣାର ଏକ ଘରୋଇ ହୋଟେଲ ଶ୍ରୀୟାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟତଃ ସୀମାନ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ଅପରାଧିକ ମାମଲାକୁନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମାତ୍ର ୩ କିମି ଦୂରରେ ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଅପରାଧିମାନେ ଅପରାଧିକ କାର୍ଯ୍ୟ କରିବାପରେ ସୀମା ଡେଇଁ ଆରପାର ଅନେକ ସମୟରେ ହୋଇଥାନ୍ତି । ଏପରି କିଛି ଘଟଣା ଦୃଷ୍ଟିକୁ ଆସିଲେ ସାମ୍ବାଦିକ ମାନେ ସୀମାନ୍ତ ପୋଲିସଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପୋଲିସ ମଧ୍ୟ ସାମ୍ବାଦିକମାନଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବ ବୋଲି ଶ୍ରୀକାକୁଲମ୍ ଜିଲା ପୋଲିସ ପକ୍ଷରୁ କୁହାଯାଇଥିଲା । ସୀମାନ୍ତବର୍ତ୍ତୀ ଅପରାଧ କାର୍ଯ୍ୟକୁ ଉଭୟ ସାମ୍ବାଦିକ ଏବଂ ଆନ୍ଧ୍ର ପୋଲିସ ପରସ୍ପରସହ ସହଯୋଗକରି କାର୍ଯ୍ୟକଲେ ଅନେକାଶଂରେ ରୋକାଯାଇପାରିବ ବୋଲି ଏହି ବୈଠକରେ ମତ ପୋଷଣ କରାଯାଇଥିଲା । ତେଣୁ ଆନ୍ଧ୍ର ରାଜ୍ୟର ଶ୍ରୀକାକୁଲମ ଜିଲା ପୋଲିସ ପକ୍ଷରୁ ଗଜପତି ଜିଲାର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆନ୍ଧ୍ର ପୋଲିସ ପକ୍ଷରୁ ଶ୍ରୀକାକୁଲମ ଜିଲାର ଡି.ଏସ୍.ପି. ପି.ଆର୍. ପ୍ରସାଦ, ସର୍କଲ ଇନ୍ସିପେକ୍ଟର ଆର୍.ରବିପ୍ରସାଦ, ଏସ୍.ଆଇ. ଟି. ରାଜେଶ, ଏସ୍.ଆଇ. ସିଦ୍ଧାର୍ଥ ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ସହରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତଥିଲେ ।


