ସାମ୍ବାଦିକ ବୀମା କାର୍ଡ ସହାୟତାରେ ଚିକିତ୍ସିତ ହେଲେ କନ୍ଧମାଳ ସାମ୍ବାଦିକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସରକାରଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡର ସହାୟତାରେ କିଡନୀ ଷ୍ଟୋନ ଅସ୍ତ୍ରୋପଚାର କରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକର ସାମ୍ବାଦିକ ଉତ୍ତମ ଖମାରୀ। ଏଥିପାଇଁ ରାଜ୍ୟ ସରକାରଙ୍କୁ, ଓୟୁଜେ ଜିଲା ସଭାପତି ଏବଂ ସଂଘର କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଗତ ୨ତାରିଖରେ ଭୁବନେଶ୍ୱର ହାଇଟେକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ତାଙ୍କର ଷ୍ଟୋନ ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କର ୩ଟି ବଡବଡ ଷ୍ଟୋନ ବାହାରିଥିଲା। ଏହି ଅସ୍ତ୍ରୋପଚାର ପାଇଁ ମେଡିକଲରେ ହୋଇଥିବା ଲକ୍ଷାଧିକ ଟଙ୍କାର ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ୱାରା ସାମ୍ବାଦିକମାନଙ୍କୁ ପ୍ରଦାନ କରାଯାଇଥିବା ବୀମା ଯୋଜନାରେ ସମ୍ପୃକ୍ତ ବୀମା କମ୍ପାନୀ ବହନ କରିଥିବା ବେଳେ ଗତ ୧୭ ତାରିଖରେ ସେ ଡାକ୍ତରଖାନାରୁ ନିଜ ଘରକୁ ଫେରିଛନ୍ତି। ତେବେ ଏହି ଯୋଜନା ପାଇଁ କରାଯାଇଥିବା ସମସ୍ତ ସୁବିଧା ପାଇବା କୋଭିଡ ସଂକ୍ରମଣ କାଳରେ ଉତମ ଖମାରୀଙ୍କ ପାଇଁ ସହଜସାଧ୍ୟ ନଥିଲେ ମଧ୍ୟ ବିଭିନ୍ନ ସ୍ତରରେ ଉଦ୍ୟମ ଯୋଗୁଁ ତାହା ସଫଳ ହୋଇ ପାରିଥିଲା। ଏଥିରେ ତାଙ୍କୁ ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତିଙ୍କ ସମେତ କନ୍ଧମାଳ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ବେହେରା ଫୋନ ଯୋଗେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଓ ଯୋଜନାର ଥାର୍ଡ ପାର୍ଟି ଆଡମିନ୍‍ ଅରୁଣେଶ ମହାନ୍ତିଙ୍କୁ ଯୋଗାଯୋଗ କରିବାପରେ ଏମାନଙ୍କର ସହାୟତାରେ ତାଙ୍କୁ ହାଇଟେକ୍‍ ସହପିଟାଲରେ ଭର୍ତି କରାଯାଇ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେ ଏହି ଷ୍ଟୋନ ଜନିତ ସମସ୍ୟା ଯୋଗୁଁ ଗତ ପ୍ରାୟ ଏକ ବର୍ଷ ହେଲା କଷ୍ଟ ଭୋଗୁଥିଲେ। ଏହି ଯୋଜନା ଦ୍ୱାରା ତାଙ୍କର ଚିକିତ୍ସା ହେବା ସହିତ ସମସ୍ତ ଖର୍ଚ୍ଚ ସ୍ୱାସ୍ଥ୍ୟ ବୀମା ଜରିଆରେ ପାଇଥିବା ସେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ