ସାଳନ୍ଦୀ ନଦୀର ଦନେଇପୁର ପୋଲ କାମ ଆରମ୍ଭ

ହାଟଡ଼ିହି, (ବିକାଶ ବିଶ୍ୱାଳ ): ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସାଳନ୍ଦୀ ନଦୀ ଉପରେ ଦନେଇପୁର ଗାଁ ନିକଟରେ ପୋଲ କାମ ଆରମ୍ଭ ହୋଇଛି । ଦୀର୍ଘ ୧୦ବର୍ଷ ମଧ୍ୟରେ ମନ୍ତ୍ରୀ ଓ ବିଧାୟକଙ୍କ ଦ୍ୱାରା ଦୁଇ ଦୁଇଥର ଶୁଭ ଦେବାପରେ ମଧ୍ୟ ଏହି ପୋଲ ନିର୍ମାଣ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଗ୍ରାମବାସୀମାନେ ବହୁ ଦାବି କରିବା ପରେ ବିଭାଗ ପକ୍ଷରୁ ବାରମ୍ବାର ସର୍ଭେ କରାଯାଇ ଏବେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଦନେଇପୁର ଗ୍ରାମର ଲୋକମାନେ ସାଧାରଣତଃ ସୋସୋ ଉପରେ ନିର୍ଭର କରିଥାନ୍ତି । ସୋସୋ ଠାରେ କଲେଜ, ହାଇସ୍କୁଲ, ମେଡିକାଲ, ପୋଷ୍ଟଅଫିସ ଓ ବଜାର ଆଦି ଥିବାରୁ ସେମାନଙ୍କ ନିତିଦିନ ଚଳଣି ପାଇଁ ସୋସୋ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଠାରେ ସାଳନ୍ଦୀ ନଦୀ ଅତିକ୍ରମ କରିବା ପାଇଁ ପୋଲ ନଥିବାରୁ ଗାଁର ଲୋକମାନେ ବାଉଁଶ ଚାରା ତିଆରିକରି ସୋସୋ ଅଞ୍ଚଳକୁ ଯିବା ଆସିବା କରୁଥିଲେ । ବାରମ୍ବାର ଦାବି ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ଏହାକୁ ସାମିଲ କରିଥିଲେ । କିନ୍ତୁ ବର୍ଷ ବର୍ଷ ଧରି ଏହା ନିର୍ମାଣ ନହୋଇ ଫାଇଲ ତଳେ ଚାପି ହୋଇଯାଇôତଲା । ଗ୍ରାମବାସୀଙ୍କ ଦାବିପରେ ଗତ କିଛିଦିନ ହେଲା ୧୨କୋଟି ୩୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିରଜା କନଷ୍ଟ୍ରକ୍ସନ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଗଣେଷ ପାଣିଗ୍ରାହୀ, ନାରାୟଣ ପୃଷ୍ଟି, ଅନନ୍ତ ପଣ୍ଡା, ଅମୁଲ୍ୟ କୁମାର ମିଶ୍ର, ଅକ୍ଷୟ କୁମାର ମିଶ୍ର, ଜଗଦୀଶ ମିଶ୍ର, ସନାତନ ପାତ୍ର, ଭାଗିରଥି ଭୂୟାଁ, ସାମନ୍ତ ଭୂୟାଁ, ପୁର୍ବତନ ସରପଞ୍ଚ ହାଡିବନ୍ଧୁ ଦେହୁରୀ, ପୁର୍ବତନ ସରପଞ୍ଚ ବିଷ୍ଣୁପଦ ନାୟକ ପ୍ରମୁଖ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ