ସାହିତ୍ୟ ଘର ପକ୍ଷରୁ ଉତ୍କଳ ଦିବସ ପାଳିତ
ହାଟଡିହି, (ବିକାଶ ବିଶ୍ୱାଳ) :ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ୮୭ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କଳକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ମାନ୍ୟତା ଦେବାରେ ଯେଉଁ ମହାପୁରୁଷ ମାନଙ୍କ ଭୁମିକା ସର୍ବାଦୌ ସ୍ୱୀକାର୍ଯ୍ୟ ସେମାନେ ଆମର କେବଳ ପ୍ରଣମ୍ୟ ନୁହଁନ୍ତି ବରଂ ପରିଚୟ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସାହିତ୍ୟ ଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ ସଭାପତିତ୍ୱ କରିଥିଲେ । ଆଲୋଚକ ଭାବରେ ସାହିତ୍ୟିକ ରତ୍ନାକର ଦାସ, କବି କିର୍ତ୍ତନ ଚଣ ନାୟକ, ସାଇଚେତନା ସାହିତ୍ୟ ସଂସଦର ସମ୍ବାଦକ ଚତୁର୍ଭୁଜ ପହି, ବିଶିଷ୍ଟ ବ୍ୟଙ୍ଗକାର ସୁବାସ ଚନ୍ଦ୍ର ପାତ୍ର, କବି ସୁରେନ୍ଦ୍ର କୁମାର ପରିଡା, କବି ନାରାୟଣ ସାହୁ, ଅନନ୍ତ ଚରଣ ମୁଦୁଲି, ବନମାଳୀ ଜେନା ପ୍ରମୁଖ ଯୋଗଦେଇ ଉତ୍କଳ ପ୍ରଦେଶ ଗଠନର କବି ଲେଖକଙ୍କ ଅବଦାନ ସମ୍ପର୍କରେ ଅବତାରଣା କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ତଥା କଣ୍ଠଶିଳ୍ପୀ ଶ୍ରୀକାନ୍ତ ପଟ୍ଟନାୟକ କାନ୍ତକବିଙ୍କ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଓ ଆବାହକ କିଶୋର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।


