ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଦେଶରେ ସାମ୍ପ୍ରଦାୟିକ ଏକଛତ୍ରଵାଦୀ ବିଭାଜନ, ଘୃଣା, ହିଂସା, ଶୋଷଣ, ଅତ୍ୟାଚାର ଶାସନର ପରିବର୍ତ୍ତନ ଜରୁରୀ ଥିବାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଦେଶବ୍ୟାପୀ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏପରିପେକ୍ଷୀରେ ଗୁରୁବାର ବନ୍ତ ବ୍ଲକ ଟିଲୋ ପଞ୍ଚାୟତରେ ସିପିଆଇ ବନ୍ତ ଜୋନ କମିଟି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି l ଶତାଧିକ ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଓ ଦଳୀୟ ପତାକା ଧରି ସ୍ଲୋଗାନ ଦେଇ ଶାଳକଣିଆ, ପୋଡାପାଟଣା, ଭାରତୀମଠ,ବଉଳସାହି,କରଞ୍ଜପଡା, ଦେବତାଗଡିଆ, ଧୋଵାତଳିଆ, ତାଳପଦା, ମାଳିସାହି ଆଦି ଗ୍ରାମ ପଦଯାତ୍ରା କରି କଳୁଷିତ ବ୍ୟବସ୍ଥା ଓ କ୍ଷମତାର ପରିବର୍ତ୍ତନ ପାଇଁ ଘରକୁ ଘର ଜନ ସଚେତନତା କରାଇଥିଲେ l ଜୋନ ସମ୍ପାଦକ ଗୋପବନ୍ଧୁ ସେଠୀ, ଜିଲା ସହ ସମ୍ପାଦକ ରମେଶ ଜେନା, ସରପଞ୍ଚ ସଂଗ୍ରାମ କେଶରୀ ଜେନା, କଲିମୁଲା ଖାନ୍, ଶାଖା ସମ୍ପାଦକ ବିଷ୍ଣୁ ଚରଣ ଜେନା, ସହ ସମ୍ପାଦକ ଅଭିମନ୍ୟୁ ଜେନାଙ୍କ ନେତୃତ୍ବରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଜନସମ୍ପର୍କ ପଦଯାତ୍ରାରେ ସ୍ଳୋଗାନ ସହ ୧ ସେପ୍ଟେମ୍ଵର ଦିଲ୍ଲୀ ଚାଲ ଏବଂ ଦିଲ୍ଲୀ ରାମଲୀଳା ମଇଦାନରେ ପରିବର୍ତ୍ତନ ଜରୁରୀ ମହା ସମାବେଶର ସଫଳତାର ଧ୍ଵନୀ ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସିପିଆଇ ରାଜ୍ଯ ସହ ସମ୍ପାଦକ ଜୟନ୍ତ ଦାସ, ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଭାସ୍କର ଚନ୍ଦ୍ର ବେହେରା, ଅରବିନ୍ଦ ବିଶ୍ଵାଳ, ଦିଲ୍ଲୀପ ନାୟକ, ନିରଞ୍ଜନ ନାୟକ, କମଳାକାନ୍ତ ଜେନା, ରବୀନ୍ଦ୍ର ଜେନା, ରବୀନ୍ଦ୍ର ସେଠୀ, ଜୟନ୍ତ ଜେନା,ଅନନ୍ତ ମହାରଣା, କୃଷ୍ଣ ଚନ୍ଦ୍ର ଜେନା, ଭବାନୀ ଶଙ୍କର ବେହେରା, ଅଭିମନ୍ୟୁ ଜେନା ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ୧୪ ଅଗଷ୍ଟ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲୁ ରହିବ ବୋଲି ଜୋନ ସମ୍ପାଦକ ଗୋପଵନ୍ଧୁ ସେଠୀ ସୂଚନା ଦେଇଛନ୍ତି।


