ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ର ଦେଖିବେ ମହାମହୀମ ରାଜ୍ୟପାଳ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ଓଡ଼ିଶାର ସିଲ୍‌ଭର ଗାନ୍ଧୀ ବେଶ୍ ଚର୍ଚ୍ଚିତ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର । ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’ । ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି । ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି । ଏଥି ସହିତ ସାରା ଓଡ଼ିଶାରେ ଖଦୀର ପ୍ରଚାର ଓ ପ୍ରସାର ସହିତ ଅହିଂସା, ଶାନ୍ତି, ସଦ୍‌ଭାବନା ଓ ଭାଇଚାରା ବଜାୟ ରଖିବା ପାଇଁ ସାଇରାମ ଗାନ୍ଧୀ ସାରା ରାଜ୍ୟ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଗାମୀ ଦିନରେ ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ରକୁ ଓଡ଼ିଶାର ମହାମହୀମ ରାଜ୍ୟପାଳ ଦେଖିବେ ବୋଲି ସିଲ୍‌ଭର ଗାନ୍ଧୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ