ସିଡ଼ିଏମଓଙ୍କ ହିଞ୍ଜିଳି ଗ୍ରସ୍ତ,ନିର୍ମାଣଧିନ ଡ଼ାକ୍ତରଖାନା କାର୍ଯ୍ୟର ସମୀକ୍ଷା

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଜୟ କୁମାର ପାଣିଗ୍ରାହୀ ଗୁରୁବାର ହିଂଜିଳି ଗ୍ରସ୍ତରେ ଆସି ପୌରାଂଚଳ ନିୟନ୍ତ୍ରିତ ବଜାର ପରିସର ମଧ୍ୟରେ ନିର୍ମାଣଧିନ ଥିବା ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା କାର୍ଯ୍ୟ ଓ ଷ୍ଟାପ କ୍ୱାର୍ଟରସକୁ ବୁଲି ଦେଖିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆସନ୍ତା ମାସ ୨୫ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟସେବା ପରଖିଥିଲେ । ଡ଼ାକ୍ତରଖାନାରେ ଆବଶ୍ୟକୀୟ କର୍ମଚାରୀ ନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ଉପଲବ୍ଧି କରିଥିଲେ । ଚିକିତ୍ସିତ ବହୁ ରୋଗୀଙ୍କ ସହ ଚିକିତ୍ସା ସୁବିଧା ଓ ମାଗଣା ଔଷଧ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଡ଼ାକ୍ତରଖାନା ସ୍ୱଛତା ନେଇ କର୍ମଚାରୀଙ୍କୁ ତାଗିଦ କରିଥିଲେ । ସିଡ଼ିଏମଙ୍କ ଗ୍ରସ୍ତ ସମୟରେ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ଡ଼ାକ୍ତର ମାଧବ କୁମାର ସାହୁ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁଙ୍କ ସମେତ ଡ଼ାକ୍ତରଖାନାରେ କାର୍ଯ୍ୟରତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ