ସ୍କାଉଟ ଗାଇଡ୍ ଦ୍ୱାରା ଆଞ୍ଚଳିକ ସ୍ତରୀୟ କର୍ମଶାଳା “My rights and me as a leader”

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଆଞ୍ଚଳିକ ସ୍ତରୀୟ କର୍ମଶାଳା “My rights and me as a leader” ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହେଉଅଛି । ଏହି କର୍ମଶାଳାରେ ଓଡିଶା ସମେତ ଇଷ୍ଟକୋଷ୍ଟ ରେଲୱେ, ଇଷ୍ଟର୍ଣ୍ଣ ରେଲୱେ, ସାଉଥ ଇଷ୍ଟର୍ଣ୍ଣ ରେଲୱେ, ୱେଷ୍ଟବେଙ୍ଗଲ ମୋଟ ୬୧ଜଣ ରେଞ୍ଜର ଓ ରେଞ୍ଜର ଲିଡରଙ୍କୁ ନେଇ ତା୬ା୪ା୨୦୨୨ରିଖ ଠାରୁ ତା୧୦ା୪ା୨୦୨୨ ରିଖ ପର୍ଯ୍ୟନ୍ତ ଉକ୍ତ କର୍ମଶାଳା ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ହେଉଅଛି । ଉକ୍ତ କର୍ମଶାଳାକୁ ପରିଚାଳନା କରିବା ପାଇଁ ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ଶ୍ରୀ ବବ୍‌ଲୁ ଗୋସ୍ୱାମୀ, ଜାତୀୟ କାର୍ଯ୍ୟାଳୟରୁ ମିସ୍ ହିମାଂସି ତୋମାର, ଏସ୍‌.ସି. ରେଲୱେର ମୌମିତା ବୋଷ, ଇଷ୍ଟର୍ଣ୍ଣ ରେଲୱେର ଦିପାଞ୍ଜଳି ପ୍ରମାଣିକ, ଓଡିଶାରୁ ଅୟସ୍ମିତା ପଣ୍ଡା, ଅର୍ଘ୍ୟରୂପା ସାମନ୍ତରାୟ ଏବଂ ବର୍ଷାରାଣି ମହାରଣା ଯୋଗଦାନ କରିଅଛନ୍ତି । ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟକମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍କାଉଟ ଗାଇଡ୍‌ର ଉପସଭାପତି ତଥା ମହିଳା କମିଶନ ଅଧ୍ୟକ୍ଷା ଡଃ. ମିନତୀ ବେହେରା ଯୋଗଦେଇ ମହିଳା ସଶକ୍ତିକରଣ ସମ୍ବନ୍ଧରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପୂର୍ବତନ ଅଧ୍ୟକ୍ଷା oscpcr & SCPD, Odisha ଶ୍ରୀମତୀ କସ୍ତୁରୀ ମହାପାତ୍ର କହିଥିଲେ ଯେ ମହିଳାମାନେ ଏବେ ସବୁକ୍ଷେତ୍ରରେ ଆଗରେ ରହିଛନ୍ତି । ସମାଜରେ ମହିଳା ମାନଙ୍କ ଅଧିକାର, ଦାୟିତ୍ୱ ଏବଂ ନିଜ ପ୍ରତି ଏବଂ ସମାଜ ପ୍ରତି ତୁମର କଣ କର୍ତ୍ତବ୍ୟ ତାହା ଉପରେ ନିଜର ବକ୍ତବ୍ୟରେ କହିଥିଲେ । ସହାୟକ ନିର୍ଦ୍ଦେଶକ ଶ୍ରୀ ଗୋସ୍ୱାମୀ ରାଜ୍ୟ ସଂସ୍ଥା ଦ୍ୱାରା ଆୟୋଜିତ ଉକ୍ତ କର୍ମଶାଳାର ଆୟୋଜନ କରିବାରେ ଓଡିଶା ପ୍ରଥମ ରାଜ୍ୟ ବୋଲି ପ୍ରକାଶ କରିବା ସହିତ ମୁଖ୍ୟ କମିଶନର ଡଃ. ମିଶ୍ରଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ । ଡଃ. ମିଶ୍ର ତାଙ୍କ ଭାଷଣରେ ଉକ୍ତ କର୍ମଶାଳାର ଉପଯୁକ୍ତ ବିନିଯୋଗ ପୂର୍ବକ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତ୍ୟେକ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ଶିବିରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ଗାଇଡ୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥି ପରିଚୟ ପ୍ରଦାନ ସହିିତ “My rights and me as a leader” ଉପରେ ନିଜର ବ୍ୟକ୍ତବ୍ୟରେ କହିଥିଲେ । ଶେଷରେ ମିସ୍ ତୋମାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ