୪୪୩ କେଜି ଗଂଜେଇ ସହ ତିନି ଗିରଫ ବାଇକ ଓ ମିନୀ ଟ୍ରକ ଜବତ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀ ଙ୍କ ନିଦ୍ଧେଶ କ୍ରମେ ଅଡ଼ବା ଥାନା ଅଧିକାରୀ ଙ୍କ ତ୍ୱତାବଦନ ରେ ଏସ ଆଇ ଭାଗ୍ୟଲତା ଦାଶ ଓ ତାଙ୍କ ଟିମ ଅନ୍ତ୍ରବା ଅଞ୍ଚଳରେ ପେଟ୍ରୋଲିଙ୍ଗ କରିବା ବେଳେ କେଶରିଗୁଡ଼ା ଛକ ନିକଟରେ ଏକ ମିନୀ ଟ୍ରକ ନଂ ଓଡ଼ି୦୨ସି୫୦୦୯କୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ିର ପଛ ପଟେ କିଛି ପ୍ଲାଷ୍ଟିକ ଅଖା ରେ ଗଂଜେଇ ଥିବା ପାଇଥିଲେ ଯାହାକୁ ଅତିରିକ୍ତ ମାଜିଷ୍ଟ୍ରେଟ ଙ୍କ ସାମନାରେ ଓଜନ କରିବାରୁ ତାହା ୪୪୩ କେଜି ୪୪୦ଗ୍ରାମ ହୋଇଥିଲା ଏହା ସହ ଏକ ବାଇକ ନଂ ଓଡ଼ି୨୦ବି୫୪୪୩କୁ ମଧ୍ୟ ଜବତ କରିବା ସହ ନଗଦ୫୨ହଜାର୨୩୦ଟଙ୍କା ମୋବାଇଲ ଜବତ ହୋଇଛି ଏଥିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରି ଅଡ଼ବା ଥାନା କେଶ ନଂ୫୫/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଆନନ୍ଦ ପାତ୍ର କହିଛନ୍ତି I


