ଦୁଇ ଚୋରା ଲୁହାପଥର ବୋଝେଇ ଡମ୍ଫର ଜବତ ସହ ୫ ଜଣଙ୍କୁ ବାନ୍ଧିଲାଣି ବହଳଦା ପୋଲିସ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଚୋରା ଲୁହାପଥର ଚାଲାଣକାରୀଙ୍କ ପାଇଁ ଗୋରୁମହିଷାଣୀ ଲୌହ ଅଂଚଳ ପାଲଟିଛି ଭୂସ୍ବର୍ଗ ପାର୍ବଣ ଋତୁ । ଗୋରୁମହିଷାଣୀ ଲୌହ ଖଣି କାମ ଜୋର ଧରିଛି ନାହିଁ । ଦିର୍ଘ ୭ ମାସ ହେଲା ଲୋକେ କାମଧନ୍ଦା ନ ପାଇ ହାତ ଗୋଡ ବାନ୍ଧି ବେକାର ସୋଇ ବସିଛନ୍ତି । ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଛି ।ପକେଟରେ କଉଡିଟିଏ ନାଁହି ।ଏଭଳି ଅବସ୍ଥାରେ ଦୁର୍ଗମ ଅଞ୍ଚଳରେ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି ।ଲୋକମାନଙ୍କର ଏ ଅବସ୍ଥା ଦେଖି ଲୁହାପଥର ମାଫିଆଙ୍କ ଖୁସିର ଲହରି ।ଗ୍ରାମବାସୀ,ବେକାର ଯୁବକ ଓ ସ୍ଥାନୀୟ ଲୋକ, ପ୍ରଶାସନ କୁ ହାତବାରିସି କରି ରାତିରେ ଚାଲିଛି ବେଧଡକ ଲୁହାପଥର ଚାଲାଣ । ମଙ୍ଗଳବାର ଦିନ ଦୁଇଟି ଲୁହାପଥର ଡମ୍ଫର ଲୁହାପଥର ଚାଲାଣ କରୁଥିବା ବେଳେ ବହଳଦା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଗାଡ଼ିରୁ ଦୃତ ଚାଳନା ଦେଖି ଅଟକାଇବା ସହ ଜବତ କରି ଥାନାକୁ ଆଣିଥିଲା ।ତଦସହ ଗାଡ଼ିର ହେଲାପରେ ଓ ଡ଼୍ରାଇଭର ୫ଜଣଙ୍କୁ ଗିରଫ କରି ଦୁଇଟି ମାମଲା ମାଇନ୍ସ ଏକ୍ସଟ୍ ଅନୁସାରେ ୭୩/୨୦,୭୪/୨୦ ରୁଜୁ କରି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ